ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଜାତିସଂଘ ସାସାକାଓ୍ବା ପୁରସ୍କାର

ଭାରତୀୟ ପାଣିପାଗ ବିଭାଗ  (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ପ୍ରତିଷ୍ଠିତ ଜାତିସଂଘ ସାସାକାୱା ପୁରସ୍କାର-୨୦୨୫ ପାଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ସରକାରୀ ଏକ୍ସ ହ୍ୟାଣ୍ଡେଲ ଶୁକ୍ରବାର ଏହି ଖବର ଘୋଷଣା କରିଛି।

im

ଭୁବନେଶ୍ବର : ଭାରତୀୟ ପାଣିପାଗ ବିଭାଗ  (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ପ୍ରତିଷ୍ଠିତ ଜାତିସଂଘ ସାସାକାୱା ପୁରସ୍କାର-୨୦୨୫ ପାଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ସରକାରୀ ଏକ୍ସ ହ୍ୟାଣ୍ଡେଲ ଶୁକ୍ରବାର ଏହି ଖବର ଘୋଷଣା କରିଛି। ପୋଷ୍ଟରେ ଲେଖାଯାଇଛି, "ଭାରତକୁ ଅଭିନନ୍ଦନ!! ଦେଶ ପାଇଁ ଗର୍ବର ମୁହୂର୍ତ୍ତ!! ଭାରତୀୟ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ପ୍ରତିଷ୍ଠିତ ଜାତିସଂଘ ସାସାକାୱା ପୁରସ୍କାର-୨୦୨୫ ପାଇଛନ୍ତି! ବିଶ୍ୱ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରୟାସରେ ଏକ ପ୍ରମୁଖ ପଦକ୍ଷେପ!" 

୧୯୬୫ ମସିହା ଅଗଷ୍ଟ ୧୨ ତାରିଖରେ ଓଡ଼ିଶାର ଭଦ୍ରକ ଜିଲ୍ଲାର ରାଜଗୁରୁପୁରରେ ଜନ୍ମଗ୍ରହଣ କରିଥିବା ମହାପାତ୍ର ୧୯୮୮ ମସିହାରେ ପଦାର୍ଥ ବିଜ୍ଞାନରେ ଏମଏସସି ଏବଂ ପିଏଚଡି କରିବା ପରେ ଚାନ୍ଦିପୁରରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ର ସମନ୍ୱିତ ପରୀକ୍ଷଣ ରେଞ୍ଜରେ ଜୁନିଅର ବୈଜ୍ଞାନିକ ସହାୟକ ଭାବରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୦ରୁ ୧୯୯୨ ପର୍ଯ୍ୟନ୍ତ, ସେ ବାଲେଶ୍ୱର ଜିଲ୍ଲାର ଡିକେ କଲେଜରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe