ଜାତିସଂଘରୁ ସମ୍ମାନଜନକ ସାସାକାୱା ପୁରସ୍କାର ପାଇବା ପରେ ପ୍ରତିକ୍ରିୟା ରଖିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ଡିଜି

Photograph: (SAMBAD.IN)

ନୂଆଦିଲ୍ଲୀ: ଜାତିସଂଘରୁ ସାସାକାୱା ପୁରସ୍କାର ପାଇବା ପରେ ପ୍ରତିକ୍ରିୟା ରଖିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । କହିଲେ ଏ ପୁରସ୍କାର, ଏ ସମ୍ମାନ ସବୁ ଦେଶର ସଫଳତାର ସ୍ବୀକୃତି । ଏ ସମ୍ମାନ ପାଇଁ ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ । ଭାରତରେ ପ୍ରାକୃତିକ ବିପର୍ଯ୍ଯୟ ପାଇଁ ସତର୍କତା ମୂଳକ ବ୍ୟବସ୍ଥାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି ଏବଂ ବର୍ତ୍ତମାନ ଏହା ସକ୍ରିୟ ଭାବେ କାମ କରୁଛି । ଯେଉଁଥି ପାଇଁ କ୍ଷୟକ୍ଷତି କମିବା ସହ ମୃତ୍ୟୁ ମଧ୍ଯ ନିୟନ୍ତ୍ରଣକୁ ଆସୁଛି । ବିପର୍ଯ୍ୟୟ ମୁକାବିଲା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଲୋକଙ୍କ ପାଖରେ ପହଞ୍ଚିବା ଏବଂ ବିପର୍ଯ୍ୟୟ ସମ୍ବନ୍ଧୀୟ କ୍ଷୟକ୍ଷତି ହ୍ରାସ କରିବା ପାଇଁ ବ୍ୟକ୍ତି ଏବଂ ସଂଗଠନଗୁଡ଼ିକର ପ୍ରୟାସକୁ ଚଳିତ ବର୍ଷ ପୁରସ୍କୃତ କରାଯାଇଛି । ଆମର ପୂର୍ବାନୁମାନରେ ୪୦ରୁ ୫୦ ପ୍ରତିଶତ ଉନ୍ନତି ଆସିଛି । ତେବେ ଆମେ ଆଉ କେବଳ ପୂର୍ବାନୁମାନ କରୁନାହୁଁ ବରଂ ଆମେ ପ୍ରଭାବ-ଆଧାରିତ ପୂର୍ବାନୁମାନ ମଧ୍ୟ ପ୍ରଦାନ କରୁଛୁ, ଯାହା ଦ୍ବାରା ଲୋକେ ଅଧିକ ସତର୍କ ହୋଇପାରୁଛନ୍ତି ବୋଲି କହିଛନ୍ତି ଆଇଏମଡି ଡିଜି ।

ଅଧିକ ପଢନ୍ତୁ-

ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଜାତିସଂଘ ସାସାକାଓ୍ବା ପୁରସ୍କାର

ତେବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ପ୍ରତିଷ୍ଠିତ ଜାତିସଂଘ ସାସାକାୱା ପୁରସ୍କାର-୨୦୨୫ ମିଳିଛି । ଭାରତୀୟ ପାଣିପାଗ ବିଭାଗର ସରକାରୀ ଏକ୍ସ ହ୍ୟାଣ୍ଡେଲରେ ଶୁକ୍ରବାର ଏନେଇ ସୂଚନା ଦିଆଯାଇଛି । ପୋଷ୍ଟରେ ଲେଖାଯାଇଛି, ଭାରତକୁ ଅଭିନନ୍ଦନ, ଦେଶ ପାଇଁ ଗର୍ବର ମୁହୂର୍ତ୍ତ,  ଭାରତୀୟ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ପ୍ରତିଷ୍ଠିତ ଜାତିସଂଘ ସାସାକାୱା ପୁରସ୍କାର-୨୦୨୫ ପାଇଛନ୍ତି । ବିଶ୍ୱ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରୟାସରେ ଏକ ପ୍ରମୁଖ ପଦକ୍ଷେପ । 

୧୯୬୫ ମସିହା ଅଗଷ୍ଟ ୧୨ ତାରିଖରେ ଓଡ଼ିଶାର ଭଦ୍ରକ ଜିଲ୍ଲାର ରାଜଗୁରୁପୁରରେ ଜନ୍ମଗ୍ରହଣ କରିଥିବା ମହାପାତ୍ର ୧୯୮୮ ମସିହାରେ ପଦାର୍ଥ ବିଜ୍ଞାନରେ ଏମଏସସି ଏବଂ ପିଏଚଡି କରିବା ପରେ ଚାନ୍ଦିପୁରରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ର ସମନ୍ୱିତ ପରୀକ୍ଷଣ ରେଞ୍ଜରେ ଜୁନିଅର ବୈଜ୍ଞାନିକ ସହାୟକ ଭାବରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୦ରୁ ୧୯୯୨ ପର୍ଯ୍ୟନ୍ତ, ସେ ବାଲେଶ୍ୱର ଜିଲ୍ଲାର ଡିକେ କଲେଜରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe