ଏପ୍ରିଲ-ଜୁନରେ ପ୍ରବଳ ଗ୍ରୀଷ୍ମପ୍ରବାହ ! ସତର୍କ କରାଇଲା ଆଇଏମଡି

Advertisment
ପ୍ରଚଣ୍ଡ ତାତି ଆଉ ୨୪ ଘଣ୍ଟା, ଉପକୂଳରୁ ଉପାନ୍ତ ସବୁଠି ଅସହ୍ୟ

ନୂଆଦିଲ୍ଲୀ : ମାର୍ଚ୍ଚ ମାସରେ ଓଡ଼ିଶା ସମେତ କେତେକ ରାଜ୍ୟରେ ବର୍ଷା ଯୋଗୁଁ ତାପମାତ୍ରା ସ୍ବାଭାବିକ ଠାରୁ କମ ରହିଥିଲା । କିନ୍ତୁ ଆଗକୁ ପ୍ରବଳ ଗ୍ରୀଷ୍ମପ୍ରବାହ ମାଡ଼ିଆସୁଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଦେଶର ଅଧିକାଂଶ ଅଂଚଳରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ।

ଏପ୍ରିଲରୁ ଜୁନ୍ ମଧ୍ୟରେ ଦେଶର କେତେକ ଅଂଚଳକୁ ବାଦ୍ ଦେଲେ ଦେଶର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆଇଏମଡି ର ସୂଚନା ଅନୁଯାୟୀ, ଏହି ସମୟ ମଧ୍ୟରେ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି ।

ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବ ଓ ହରିୟାଣାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଇଏମଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗ୍ରୀଷ୍ମପ୍ରବାହ ପଡ଼ିଛି ବୋଲି ସେତେବେଳେ ଘୋଷଣା କରାଯାଏ, ଯେତେବେଳେ ସମତଳ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ଅତି କମରେ ୪୦ ଡିଗ୍ରୀ ସେଲସିୟସ, ଉପକୂଳ ଅଞ୍ଚଳରେ ଅତି କମରେ ୩୭ ଡିଗ୍ରୀ ସେଲସିୟସ ଏବଂ ପାହାଡିଆ ଅଞ୍ଚଳରେ ଅତି କମରେ ୩୦ ଡିଗ୍ରୀ ସେଲସିୟସ ରହିଥାଏ ଓ ସ୍ୱାଭାବିକ ତାପମାତ୍ରାଠାରୁ ଅତି କମରେ ୪.୫ ଡିଗ୍ରୀ ସେଲସିୟସ ଅଧିକ ରହିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe