ନୂଆଦିଲ୍ଲୀ: ମୌସୁମୀ ଜନିତ ବର୍ଷାରେ ବେହାଲ ହୋଇଛି ଅଧା ଭାରତ । ଉତ୍ତର ଭାରତରେ ବର୍ଷା ତାଣ୍ଡବ ରଚୁଥିବା ବେଳେ ଲଗାଣ ବର୍ଷା ଗୋଟେ ପଟେ ତ ଗରମରୁ ଆଶ୍ବସ୍ତି ଦେଇଛି ହେଲେ ଅନ୍ୟପଟେ ଅଧା ଦେଶକୁ ଉବୁଟୁବୁ କରାଇଛି । କାରଣ ଇତିମଧ୍ୟରେ ଭାରତର ଅନେକ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ୧୯ ତାରିଖ ଅର୍ଥାତ ଆଜି ଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ମଧ୍ୟ ଜାରି କରିଛି ।
#WATCH | Heavy rain lashes parts of Gujarat's Navsari. pic.twitter.com/MfKJDWGMh2
— ANI (@ANI) June 19, 2025
ତେବେ ମଧ୍ୟ ଭାରତ, ପୂର୍ବୋତ୍ତୋର ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆନୁମାନ କରାଯାଇଥିବା ବେଳେ ଆଲର୍ଟ ଜାରି କରାଯାଇଛି । ଗୋଟେ ପଟେ ବର୍ଷାର ବିତ୍ପାତ ଲୋକଙ୍କୁ ନାହିଁ ନଥିବା ସମସ୍ୟାରେ ପକାଉଥିବା ବେଳେ ଅନ୍ୟପଟେ ଏହି ବର୍ଷା ଆଣିଛି ପିଲାଙ୍କ ପାଇଁ ଖୁସିର ପର୍ବ, ମଜାର ମୁହୂର୍ତ୍ତ । କୁନି କୁନି ପିଲାମାନେ ରାସ୍ତାରେ ଜମା ହୋଇଥିବା ବର୍ଷା ପାଣିରେ ଖେଳୁଛନ୍ତି । ଦୃଶ୍ୟ ଆସିଛି ଅହମଦାବାଦ ସହରରୁ । ବିମାନ ଦୁର୍ଘଟଣା ପରେ ଅହମଦାବାଦ ଏକ ପ୍ରକାର ଭାଙ୍ଗି ପଡିଥିବା ବେଳେ ଏବେ ଧିରେଧିରେ ସ୍ବାଭାବିକ ହେଉଛି ସ୍ଥିତି ଆଉ ଏତିକି ବେଳେ ବର୍ଷା ପାଣି ଯେତେବେଳେ ରାସ୍ତାରେ ଜମା ହୋଇଛି । ସେତେବେଳେ ପିଲାମାନେ ସେହି ପାଣି ନାଚୁଥିବା ଦେଖିବାକୁ ମିଳିଛି । ଆଣ୍ଠୁଏ ଆଣ୍ଠୁଏରେ ଗାଡି ଯିବା ଆସିବା ପାଇଁ ସମସ୍ୟା ଦେଖା ଦେଇଛି, ପାଣି ପାଇଁ ଗାଡି ବନ୍ଦ ହୋଇଯାଉଛି, ଅଟୋକୁ ଜଣେ ଡ୍ରାଇଭର ଠେଲି ଟେଳି ନେଉଛନ୍ତି, ପାଣିରେ ବାଇକ୍ ଚାଲିବା ମୁସକିଲ ହୋଇପଡିଛି, ଜଳ ପାଇଁ ଜୀବନଶୈଳୀ ପୂରା ବନ୍ଦୀ ହୋଇପଡିଥିବା ବେଳେ ପିଲାଏ କିନ୍ତୁ ପାଣିର ମଜା ନେଉଛନ୍ତି ।
#WATCH | Gujarat | Shahibaug area of Ahmedabad city waterlogged following heavy rainfall. IMD has issued a yellow alert in the city until 20 June, forecasting that rain and thunderstorm conditions will persist until 25 June. pic.twitter.com/jEiSZWmh1d
— ANI (@ANI) June 19, 2025
ସେପଟେ ସେହି ଗୁଜୁରାଟରେ ଜଳ ପ୍ରଳୟ ଦେଖିବାକୁ ମିଳିଛି । ଘଡଘଟି ସହ ଅଚାନକ ପ୍ରବଳ ବର୍ଷା ହେବା ପରେ ରାସ୍ତାରେ ପାଣି ଛିଡା ହୋଇଛି । ଗାନ୍ଧିନଗରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଛି । ବ୍ରିଜ ତଳେ ପାଣି ଏତେ ଜମିଛି ଯେ, ଗାଡି ଫସି ରହିଛି । ଲୋକେ ଯାଆସ କରିବାକୁ ସମସ୍ୟା ଭୋଗୁଛନ୍ତି । ଜୁନ ୨୦ ତାରିଖ ଯାଏଁ ରାଜ୍ୟରେ ବର୍ଷା ଆଲର୍ଟ ଜାରି କରାଯାଇଛି ।
#WATCH | Gujarat | Vehicles stalled as people struggle to cross a severely waterlogged underpass in Gandhinagar following rain and thunderstorms. As per the current IMD forecast, rain and thunderstorms will persist in the capital city till 25 June. pic.twitter.com/JO4dkVVCEH
— ANI (@ANI) June 19, 2025
ଅନ୍ୟପଟେ ପୁଣେ ମଧ୍ୟ ପାଣି ପାଣି ହୋଇଛି । ବର୍ଷା ପରେ ଡ୍ରେନ ସବୁ ପୂରି ଯାଇଛି, ପାଣି ଉଛୁଳି ରାସ୍ତାରେ ଚାଲୁଛି । ଝାଡଖଣ୍ଡ ରାଞ୍ଚିରେ ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଫଳରେ ଘର ପାଚେରୀ ଭୁଶୁଡି ପଡିଛି । ଓଡିଶା, ପଶ୍ଚିମବଙ୍ଗ, ଆସାମରେ ମଧ୍ୟ ବର୍ଷା ଜାରି ରହିଛି ।
#WATCH | Pune witnesses moderate rain; IMD predicts light rain for the next four days in the city pic.twitter.com/bqZyjj5ODK
— ANI (@ANI) June 19, 2025
ଅଧିକ ପଢନ୍ତୁ-
ଅଧା ଭାରତକୁ ବର୍ଷା ଆଲର୍ଟ: ଦେଶର ବିଭିନ୍ନ ରାଜ୍ୟରେ ବର୍ଷା କରିବ ବିତ୍ପାତ, ବେହାଲ ହେବ ଅନେକ ସ୍ଥାନ..