ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ବର୍ଷାର ତାଣ୍ଡବଲୀଳା । ଅଧା ଦେଶକୁ ମୌସୁମୀ ଛୁଇଁ ସାରିଥିବା ବେଳେ ଏହାର ପ୍ରଭାବରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପାଇଁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ବର୍ଷା ପାଇଁ ଉବୁଡୁବୁ ହୋଇଛି ଅନେକ ସହର । ତେବେ ୧୯ ତାରିଖ ଅର୍ଥାତ ଆଜି ଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
ତେବେ ମଧ୍ଯ ଭାରତ, ପୂର୍ବୋତ୍ତର ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆନୁମାନ କରାଯାଇଥିବା ବେଳେ ଆଲର୍ଟ ଜାରି କରାଯାଇଛି । ଗୁଜୁରାଟ, ଗୋଆ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଓଡିଶା, ବିହାର, ଝାଡଖଣ୍ଡ, ପୂର୍ବ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଆଦି ଅଞ୍ଚଳରେ ବର୍ଷାର ବିତ୍ପାତ ଦେଖାଦେଇପାରେ ବୋଲି ଆକଳନ କରାଯାଇଛି ।
ସେପଟେ ଗତକାଲି ବର୍ଷାରେ ଉବୁଟୁବୁ ହୋଇଛି ଉତ୍ତର ଭାରତ । ବର୍ଷା ବିତ୍ପାତ ଯୋଗୁଁ ଚାରିଆଡେ ପାଣି ପାଣି । ଘର ଦ୍ବାର, ନଈନାଳ, ରାସ୍ତା ସବୁ ପାଣି ଘେରରେ । ମୌସୁମୀ ବର୍ଷା ସାଙ୍ଗକୁ ଲଘୁଚାପ । କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଦେଶର ବିଭିନ୍ନ ରାଜ୍ୟରେ ସମସ୍ୟାକୁ ଡାକି ଆଣିଛି । ଆସାମ, ଗୁଜରାଟ ଓ କର୍ଣ୍ଣାଟକରେ ଏବେଠୁ ଦେଖାଦେଲାଣି ବନ୍ୟା ସମସ୍ୟା । ଗୁଜରାଟରେ ଲଗାଣ ବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ସେପଟେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବା ଯୋଗୁଁ ବିଭିନ୍ନ ଜିଲ୍ଲାକୁ ଘାରିଛି ବନ୍ୟା ସମସ୍ୟା ।
ଅଧିକ ପଢନ୍ତୁ-
ବର୍ଷାରେ ବେହାଲ ଉତ୍ତର ଭାରତର ଅନେକ ରାଜ୍ୟ: ଲଗାଣ ବର୍ଷା ବଢାଇଲା ବନ୍ୟା ଆଶଙ୍କା..