ପାକିସ୍ତାନକୁ ୭ ବିଲିୟନ ଡଲାର ଋଣ ଦେଲା ଆଇଏମଏଫ୍

Advertisment
ପାକିସ୍ତାନକୁ ୭ ବିଲିୟନ ଡଲାର ଋଣ ଦେଲା ଆଇଏମଏଫ୍

ଇସ୍ଲାମାବାଦ: ଦେବାଳିଆ ସ୍ଥିତିରେ ଥିବା ପାକିସ୍ତାନ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍ ) ପାକିସ୍ତାନକୁ ୭ ବିଲିୟନ ଡଲାର ବା ୫୮ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଛି । ଏହି ଋଣ ପାଇଁ ପାକିସ୍ତାନ ମାସ ମାସ ଧରି ଲଗାତାର ଅନୁରୋଧ କରିଚାଲିଥିଲା।

କିଛି ସପ୍ତାହ ତଳେ ଆଇଏମଏଫର ଉଚ୍ଚସ୍ତରୀୟ କମିଟି ପାକିସ୍ତାନ ଗସ୍ତ କରି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ। ଏବେ ଆଇଏମଏଫ ପାକିସ୍ତାନ ପାଇଁ ୭ ବିଲିୟନ ଆମେରିକୀୟ ଡଲାର (୧୯୪୫୭୦ ପାକିସ୍ତାନୀ ଟଙ୍କା)ର ଋଣ ପ୍ୟାକେଜକୁ ଅନୁମୋଦନ କରିଛି । ତେବେ ଏଥିପାଇଁ ପାକିସ୍ତାନକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ। ଅର୍ଥନୈତିକ ଓ ଆର୍ଥିକ ସଂସ୍କାର ସହିତ ଟିକସ ଆଧାର ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ। ସବସିଡିରେ ମଧ୍ୟ ସଂସ୍କାର ଆଣିବାକୁ ପଡ଼ିବ। ସାଧାରଣ ଲୋକଙ୍କ ସହିତ ବିଶେଷ କରି କୃଷକମାନଙ୍କୁ ଏହାର କ୍ଷତି ସହିବାକୁ ପଡ଼ିପାରେ। ଏହା ଫଳରେ ଦେଶରେ ଜନଅସନ୍ତୋଷ ଆହୁରି ବଢିବାର ସମ୍ଭାବନା ରହିଛି ।

ବିଶ୍ୱବ୍ୟାପୀ ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ କୁଖ୍ୟାତ ପାକିସ୍ତାନର ଆର୍ଥିକ ଅବସ୍ଥା ବର୍ଷ ବର୍ଷ ଧରି ଅତ୍ୟନ୍ତ ଖରାପ ରହିଛି। ପଡ଼ୋଶୀ ଦେଶ ନିଜର ଚୁଲା ଜଳାଇବା ପାଇଁ ଆଇଏମଏଫ୍ କୁ ବାରମ୍ବାର ହାତ ପତେଇଚାଲିଥିଲା। ଏଥିସହିତ ପାକିସ୍ତାନକୁ ଅର୍ଥନୈତିକ ସଂସ୍କାର ଆଣିବାକୁ ଆଇଏମଏଫ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe