Newsd
ଟୋଙ୍କ: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପାକିସ୍ତାନରୁ ଆସିଥିବା ଶରଣାର୍ଥୀ । ଏହି ମହିଳା ଶରଣାର୍ଥୀଙ୍କ ନାମ ନିତା ସୋଧା। ନିତାଙ୍କୁ ନିକଟରେ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯିବା ପରେ ସେ ରାଜସ୍ଥାନର ନଟୱାରାରୁ ପଞ୍ଚାୟତ ନିର୍ବାଚନ ଲଢ଼ିବେ ବୋଲି ସୂଚନା ରହିଛି।
ଏ ସଂପର୍କରେ ଗଣମାଧ୍ୟମରେ ନିଜର ମତ ରଖି ନିତା କହିଛନ୍ତି, ‘ମୋ ଶଶୁର ପଞ୍ଚାୟତର ଜଣେ ସକ୍ରିୟ ସଦସ୍ୟ। ସେ ମୋତେ ରାଜନୀତିରେ ବାଟ କଢ଼ାଇ ନେବେ। ମୁଁ ୧୮ ବର୍ଷ ହେଲା ଭାରତକୁ ଆସିଥିଲେ ବି ମାତ୍ର ୪ ମାସ ତଳେ ମୋତେ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯାଇଛି। ଏବେ ମୁଁ ନିର୍ବାଚନରେ ସରପଞ୍ଚ ଆସନ ପାଇଁ ଲଢ଼ିବାକୁ ପ୍ରସ୍ତୁତ ହେଉଛି।’
ସେ ସରପଞ୍ଚ ହେଲେ ଗାଁରେ ମହିଳା ସଶକ୍ତିକରଣ ଓ ଶିକ୍ଷାର ବିକାଶ ଦିଗରେ ଅଧିକରୁ ଅଧିକ କାମ କରିବେ ବୋଲି କହିଛନ୍ତି। ମହିଳାମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିବାର ବିଶେଷ ଇଚ୍ଛା ରଖିଥିବା ନିତା ଶିକ୍ଷା ଓ ସ୍ବାସ୍ଥ୍ୟକୁ ବି ଗୁରୁତ୍ବ ଦେଇଛନ୍ତି।
India Todayବିଶେଷ କରି ଅଧିକ କାମ ବଦଳରେ ସ୍ବଳ୍ପ ପାରିଶ୍ରମିକ ନେଉଥିବା ମହିଳାମାନଙ୍କୁ ଦୃଷ୍ଟିରେ ରଖି ସେମାନଙ୍କ କାର୍ଯ୍ୟକୁ ଲକ୍ଷ କରି ଆବଶ୍ୟକ ପରିମାଣର ପାରିଶ୍ରମିକ ପ୍ରଦାନ କରାଯିବାର ବନ୍ଦୋବସ୍ତ କରିବାକୁ ଚାହାନ୍ତି ସେ।
ଭାରତକୁ ଆସିବା ପରେ ତାଙ୍କର ଅନୁଭୂତି ବାଣ୍ଟି ନିତା କହିଛନ୍ତି, ‘ପାକିସ୍ତାନ ଅପେକ୍ଷା ଭାରତରେ ମହିଳାମାନଙ୍କ ପାଇଁ ରହିବା ଶୈଳୀ ଓ ଶିକ୍ଷା ବ୍ୟବସ୍ଥା ଉନ୍ନତ। ଯେବେଠାରୁ ମୁଁ ପାକିସ୍ତାନ ଛାଡ଼ି ଭାରତ ଆସିିଛି ଏଠାକାର ଲୋକେ ମୋତେ ଖୁବ୍ ସମର୍ଥନ ଦେଇଛନ୍ତି ଆଗକୁ ବଢ଼ିବା ପାଇଁ।’
Follow Us