ପୁନେରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ପ୍ରବାସୀ ଓଡ଼ିଆ

Advertisment
ପୁନେରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁନେ ଗସ୍ତ‌ ସମୟରେ ଲୋ‌ହେଗାଓଁ ସ୍ଥିତ ପ୍ରବାସୀ ଓଡ଼ିଆ ସଂଗଠନ ‘ଜଗନ୍ନା‌ଥ ଚାରିଟେବୁଲ୍‌ ଟ୍ରଷ୍ଟ’ର କର୍ମ କର୍ତ୍ତାମାନେ ତାଙ୍କୁ ସାକ୍ଷାତ କରିଛନ୍ତି। ଅନୁଷ୍ଠାନ ପକ୍ଷରୁ ପୁନେସ୍ଥିତ ହୋଟେଲ ଜେ ଡବ୍ଲ୍ୟୁ ମାରିଅଟରେ ଶ୍ରୀ ପ୍ରଧାନଙ୍କ ସହିତ ଏକ ସାକ୍ଷାତକାର ଆୟୋଜନ କରାଯାଇଥିଲା। କର୍ମକର୍ତ୍ତମାନେ ଘଣ୍ଟାଏ ଧରି ମନ୍ତ୍ରୀଙ୍କ ସହ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିବା ସହିତ ଟ୍ରଷ୍ଟ ପକ୍ଷରୁ କରାଯାଉଥିବା ରକ୍ତଦାନ ଶିବିର, ବୃକ୍ଷରୋପଣ, ସଫେଇ ଅଭିଯାନ ବିଷୟରେ ସୂଚନା ଦେଇଥିଲେ।

ମନ୍ତ୍ରୀ ଶ୍ରୀ ପ୍ରଧାନ ପୁଣେରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କର ସୁବିଧା ଅସୁବିଧା ଏବଂ ରହଣି ବିଷୟରେ ବୁଝି, ପୁଣେରେ ବସବାସ କରିଥିବା ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା କେମିତି ଓଡ଼ିଶାର ବିକାଶ ହୋଇ ପାରିବ ସେଥିପ୍ରତି ସମସ୍ତ ଓଡ଼ିଆମାନଙ୍କୁ ଧ୍ୟାନ ଦେବାପାଇଁ ମତ ବ୍ୟକ୍ତ କରିଥିଲେ। ସେ ଏହି ସମସ୍ତ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ଓ ଓଡ଼ିଶାର କଳା ସଂସ୍କୃତିର ବିକାଶ ପାଇଁ ଯଥା ସମ୍ଭବ ସହାୟତା କରିବାର ପ୍ରତିଶ୍ରୁତି ଏବଂ ଆଶ୍ୱାସନା ଦେଇଛନ୍ତି। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ମନ୍ତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe