ନୂପୁର ଶର୍ମାଙ୍କ ଟିପ୍ପଣୀକୁ ବିରୋଧ କରି ପ୍ରବାସୀଙ୍କ ଆନ୍ଦୋଳନ: ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କୁଏତ

Advertisment
ନୂପୁର ଶର୍ମାଙ୍କ ଟିପ୍ପଣୀକୁ ବିରୋଧ କରି ପ୍ରବାସୀଙ୍କ ଆନ୍ଦୋଳନ: ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କୁଏତ

Wings Daily News

ନୂ୍ଆଦିଲ୍ଲୀ : ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ପ୍ରଫେଟ ବିରୋଧୀ ଟିପ୍ପଣୀକୁ ବିରୋଧ କରି କୁଏତରେ ଯେଉଁ ପ୍ରବାସୀମାନ‌େ ଆନ୍ଦୋଳନ କରିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। କୁଏତ ସରକାର ଆନ୍ଦୋଳନ କରିଥିବା ଭାରତୀୟଙ୍କ ସମେତ ସମସ୍ତ ପ୍ରବାସୀଙ୍କୁ ଗିରଫ କରି ପ୍ରତ୍ୟର୍ପଣ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ପ୍ରବାସୀ ବି ଏଥିରୁ ବାଦ୍‌ ପଡ଼ିବେନି। ଆଇନକୁ ନେଇ ଅତ୍ୟନ୍ତ କଠୋର କୁଏତ ସରକାର ଭାରତୀୟ ପ୍ରବାସୀଙ୍କ ପ୍ରତି ବି ସମାନ ନିଷ୍ପତ୍ତି ଲାଗୁ କରିପାରନ୍ତି ବୋଲି କୁଏତରେ ଥିବା ଜଣେ ଭାରତୀୟ ସାମ୍ବାଦିକ କହିଛନ୍ତି। କୁଏତ ସେମାନଙ୍କୁ ଖୁବ୍‌ଶୀଘ୍ର ପ୍ରତ୍ୟର୍ପଣ କରିପାରେ ବୋଲି ସମ୍ପୃକ୍ତ ସାମ୍ବାଦିକ ଜଣଙ୍କ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe