Image Courtesy of The Economic Times
ନୂଆଦିଲ୍ଲୀ: ଦେଶବ୍ୟାପୀ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩’ର (ଏନ୍ଏଫ୍ଏସ୍ଏ) ସୁବିଧା ନିମନ୍ତେ ପ୍ରଚଳିତ ‘ଏକ ରାଷ୍ଟ୍ର ଏକ ରେସନ୍ କାର୍ଡ’ ସମ୍ପ୍ରତି ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୮୬.୭% ‘ଏନ୍ଏଫ୍ଏସ୍ଏ’ ଜନତାଙ୍କ (ପ୍ରାୟ ୬୯ କୋଟି) ପ୍ରତି ଲାଗୁ ହୋଇ ସାରିଥିବା କଥା ସାଂସଦ କପିଲ ସିବଲ ଏବଂ ସୁବାସଚନ୍ଦ୍ର ସିଂହଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଉପଭୋକ୍ତା ମାମଲା, ଖାଦ୍ୟ ଓ ସାର୍ବଜନୀନ ବିତରଣ ରାଷ୍ଟ୍ରମନ୍ତ୍ରୀ ସଦାଶିବ ନିରଞ୍ଜନ ଜ୍ୟୋତି କହିଛନ୍ତି।
ଜୁଲାଇ ୨୦୨୧ରେ ଏହି ବ୍ୟବସ୍ଥା ଲାଗୁ କରିବାରେ ଦିଲ୍ଲୀ ହେଉଛି ସଦ୍ୟତମ ଅଞ୍ଚଳ। ଏହି ବ୍ୟବସ୍ଥା ଲାଗୁ ହୋଇ ନ ଥିବା ଛତିଶଗଡ଼, ଆସାମ ଏବଂ ପଶ୍ଚିମବଙ୍ଗକୁ ମନ୍ତ୍ରାଳୟ ପରାମର୍ଶ ଦେଇଆସୁଛି। ଏହା ପ୍ରଚଳନସେମାନଙ୍କର ବୈଷୟିକ ପ୍ରସ୍ତୁତି ଉପରେ ନିର୍ଭର କରୁଛି।
Image Courtesy of India Todayଏପର୍ଯ୍ୟନ୍ତ ଜାତୀୟସ୍ତରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସବୁ ୨୧.୯୧ କୋଟି (୯୨.୮%) ରେସନ୍ କାର୍ଡ ଏବଂ ୭୦.୯୪ କୋଟି (୯୦%) ‘ଏନ୍ଏଫ୍ଏସ୍ଏ’ ହିତାଧିକାରୀଙ୍କ ଆଧାର-ରେସନ୍ କାର୍ଡ ସଂଯୋଗ କରାଯାଇଛି। ସେହିପରି, ୨୩ ଜୁଲାଇ ୨୦୨୧ ସୁଦ୍ଧା ଦେଶରେ, ପ୍ରାୟ ୪.୯୮ ଲକ୍ଷ (୯୨.୭%) ‘ଏଫ୍ପିଏସ୍’ ‘ଇପିଓଏସ୍’ ଡିଭାଇସ୍ ପାଇଛନ୍ତି ବୋଲି ମନ୍ତ୍ରୀ ସେମାନଙ୍କର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।
‘ଏକ ରାଷ୍ଟ୍ର ଏକ ରେସନ୍ କାର୍ଡ’ ଯୋଜନାରେ ସମ୍ପ୍ରତି ମାସିକଭିତ୍ତିରେ ହାରାହାରି ୧.୫ କୋଟି କାରବାର ଚାଲିଛି। ଏହା ହେଉଛି ଦେଶର ସମୁଦାୟ ‘ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍’ର ମାତ୍ର ୧୦%। ଏହାଛଡ଼ା ‘ପିଡିଏସ୍’ ସଂସ୍କାରରେ ଅଧିକ ସଂଖ୍ୟକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟସ୍ଥ କାରବାର କମ୍ପ୍ୟୁଟର୍ଦ୍ବାରା କରାଗଲାଣି ବୋଲି ମନ୍ତ୍ରୀ କହିଛନ୍ତି।
୨୦୧୯ ଅଗଷ୍ଟରୁ ଆରମ୍ଭ ହୋଇଥିବା ‘ଏକ ରାଷ୍ଟ୍ର ଏକ ରେସନ୍ କାର୍ଡ’ ବ୍ୟବସ୍ଥାଦ୍ବାରା ଜୁନ୍ ୨୦୨୧ ପର୍ଯ୍ୟନ୍ତ ୨୯ କୋଟିରୁ ଅଧିକ ପୋର୍ଟାବିଲିଟି କାରବାର ସମ୍ପନ୍ନ ହୋଇଥିବା ରେକର୍ଡ କରାଯାଇଛି। ଏକ ବା ଅଧିକ ଥର କାରବାର କରି ପରିବାରର ଯେକୌଣସି ହିତାଧିକାରୀ ସମଗ୍ର ପରିବାର ପାଇଁ ଖାଦ୍ୟଶସ୍ୟ ଉଠାଇ ପାରୁଥିବାରୁ ଏହି ବ୍ୟବସ୍ଥାଦ୍ବାରା ବହୁ ଅଧିକ ପ୍ରବାସବାସୀ ଉପକୃତ ହୋଇଥିବେ ବୋଲି ମନ୍ତ୍ରୀ ଜଣାଇଛନ୍ତି।
Follow Us