ପିଏମ୍ ଦକ୍ଷ ଯୋଜନାର କାର୍ଯ୍ୟାନ୍ୱୟନ

Advertisment
ପିଏମ୍ ଦକ୍ଷ ଯୋଜନାର କାର୍ଯ୍ୟାନ୍ୱୟନ

oneindia.com

ନୂଆଦିଲ୍ଲୀ : ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ଦ୍ୱାରା ପ୍ରାୟ ୨ ଲକ୍ଷ ୭୧ ହଜାର ଅନୁସୂଚିତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ଅଣବିଜ୍ଞପିତ ଜନଜାତି, ଇବିସି, ଆବର୍ଜନା ସଂଗ୍ରହକାରୀଙ୍କ ସମେତ ସଫେଇ କର୍ମଚାରୀଙ୍କୁ କୁଶଳୀ କରିବାରେ ସହାୟତା ପ୍ରଦାନ ପାଇଁ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଭାବେ ପିଏମ୍‌ ଦକ୍ଷ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ଅନ୍ତର୍ଗତ ମାଗଣାରେ ତାଲିମ ପ୍ରଦାନ କରାଯାଉଛି।

୨୦୨୦-୨୧ରେ ଓଡିଶାର ୭୩୦ ହିତାଧିକାରୀ ଏହି ଯୋଜନାରେ ତାଲିମ ପାଇଥିବା ବେଳେ ୪୫୩ ଜଣଙ୍କୁ ନିଯୁକ୍ତି ମିଳିଥିଲା ଏବଂ ୨୦୨୧-୨୨ରେ (ଜୁଲାଇ ୨୦ ପର୍ଯ୍ୟନ୍ତ) ୫୧୧ ହିତାଧିକାରୀ ତାଲିମ ପାଇଥିବା ବେଳେ ୨୪୪ ଜଣଙ୍କୁ ନିଯୁକ୍ତି ମିଳିଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ପ୍ରତିମା ଭୌମିକ ଆଜି ରାଜ୍ୟସଭାରେ ଲିଖିତ ଉତ୍ତର ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe