କେନ୍ଦ୍ର ସରକାରଙ୍କ ନୂଆ ଆଇନ ଲାଗୁ, ଦିଲ୍ଲୀରେ ଏଣିକି ‘ଏଲ୍‌ଜି ସରକାର’

Advertisment

ଦିଲ୍ଲୀ ସରକାର ମାନେ ଉପରାଜ୍ୟପାଳଙ୍କୁ ବୁଝାଇବ

ଦିଲ୍ଲୀ ସରକାର ମାନେ ଉପରାଜ୍ୟପାଳଙ୍କୁ ବୁଝାଇବ

କେନ୍ଦ୍ର ସରକାରଙ୍କ ନୂଆ ଆଇନ ଲାଗୁ, ଦିଲ୍ଲୀରେ ଏଣିକି ‘ଏଲ୍‌ଜି ସରକାର’

Image Courtesy of India Today

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ପାଇଁ ଏବେ କେନ୍ଦ୍ର ସରକାର ଏମିତି ଏକ ଆଇନର ବିଜ୍ଞପ୍ତି ଜାରି କରିଛନ୍ତି ଯଦ୍ଦ୍ବାରା ଦିଲ୍ଲୀର ନିର୍ବାଚିତ ସରକାରଙ୍କ ଅପେକ୍ଷା ଅଧିକ କ୍ଷମତା କେନ୍ଦ୍ର ହାତରେ ରହିବ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଳୟର ସଦ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ, ଦି ଗଭର୍ଣ୍ଣମେଣ୍ଟ୍‌ ଅଫ୍‌ ନାସନାଲ୍‌ କ୍ୟାପିଟାଲ୍‌ ଟେରିଟରି ଅଫ୍‌ ଦିଲ୍ଲୀ ଆଇନ (ସଂଶୋଧିତ)-୨୦୨୧ ଗତକାଲି ଠାରୁ ବଳବତ୍ତର ହୋଇଛି।

ଏହି ସଂଶୋଧିତ ଆଇନ ଅନୁଯାୟୀ, ଦିଲ୍ଲୀ ସରକାର କହିଲେ ଦିଲ୍ଲୀର ଉପରାଜ୍ୟପାଳଙ୍କୁ ବୁଝାଇବ ଯିଏ କି କେନ୍ଦ୍ରର ପ୍ରତିନିଧିତ୍ବ କରୁଛନ୍ତି। ଏହାଦ୍ବାରା ଦିଲ୍ଲୀ ସରକାର କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ ଉପରାଜ୍ୟପାଳଙ୍କ ମତାମତ ଲୋଡ଼ିବାକୁ ବାଧ୍ୟ। ଗତମାସରେ ସଂସଦର ଉଭୟ ଗୃହରେ ବିରୋଧ ସତ୍ତ୍ବେ ଏକ ବିବାଦୀୟ ସ୍ଥିତିରେ ଏହି ସଂଶୋଧିତ ଆଇନ ପାରିତ ହୋଇଥିଲା। ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ଉକ୍ତ ଦିନକୁ ଭାରତୀୟ ଗଣତନ୍ତ୍ର ପାଇଁ ଦୁଃଖର ଦିବସ ଭାବେ ଅଭିହିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe