ରାଜ୍ୟସଭାରେ ଆଞ୍ଚଳିକ ଭାଷାର ଗୁରୁତ୍ବ ବଢ଼ିଛି

Advertisment

ଗତ ୨ ବର୍ଷରେ ୬ଥର ଓଡ଼ିଆ ଭାଷାର ବ୍ୟବହାର

ଗତ ୨ ବର୍ଷରେ ୬ଥର ଓଡ଼ିଆ ଭାଷାର ବ୍ୟବହାର

୨୨ ଜଣ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

image source--zee news

ନୂଆଦିଲ୍ଲୀ :ରାଜ୍ୟସଭାରେ ଆଞ୍ଚଳିକ ଭାଷାରେ ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିବା ସହିତ ବିତର୍କରେ ଭାଗ ନେବାପାଇଁ ସାଂସଦମାନଙ୍କ ଭିତରେ ଆଗ୍ରହ ବଢ଼ୁଛି। ୨୦୧୮ ମସିହାଠାରୁ ଏହି ଆଗ୍ରହ ଅଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରୁ ଏହା ଜଣାପଡିଛି।

ତଥ୍ୟାନୁସାରେ, ୨୦୧୮ରୁ ୨୦୨୦ ମଧ୍ୟରେ ୨୨ଟି ବିଭିନ୍ନ ଭାରତୀୟ ଭାଷା ମଧ୍ୟରୁ ରାଜ୍ୟସଭାର ସାଂସଦମାନେ ୧୦ଟି ଭାଷାର ବ୍ୟବହାର କରିଥିଲେ। ୨୦୧୩ରୁ ୨୦୧୭ ମଧ୍ୟରେ ରାଜ୍ୟସଭା ସାଂସଦମାନେ ୯୬ଥର ଆଞ୍ଚଳିକ ଭାଷା ବ୍ୟବହାର କରିଥିବାବେଳେ ୨୦୧୮ ରୁ ୨୦୨୦ ମଧ୍ୟରେ ୧୩୫ଥର ଆଞ୍ଚଳିକ ଭ‌ାଷାରେ ବିତର୍କରେ ଭାଗ ନେଇଥିଲେ। ସେଥିମଧ୍ୟରୁ ୨୦୧୩ରୁ ୨୦୧୭ ମଧ୍ୟରେ ୫ ଥର ଓଡ଼ିଆ ଭାଷା ବ୍ୟବହାର ହୋଇଥିବା‌େବଳେ ୨୦୧୮-୨୦ ମଧ୍ୟରେ ୬ଥର ଓଡିଆ ଭାଷାର ଉପଯୋଗ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟସଭାରେ ବିଜେଡି ସାଂସଦ ଡ.ସସ୍ମିତ ପାତ୍ରଙ୍କର ଓଡ଼ିଆରେ ପ୍ରସଙ୍ଗ ଉପସ୍ଥାପନ ଓ ବିତର୍କରେ ଭାଗ ନେବାର ଅଭିନବ ଶୈଳୀକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା। ସେହିଭଳି, ପୂର୍ବତନ ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ୍‌ ପ୍ରଥମଥର ଶୀତ ଅଧିବେଶନର ଶୂନ୍ୟକାଳରେ ସାନ୍ତାଳୀ ଭାଷାରେ ନିଜର ମତ ରଖିଥିଲେ।

ରାଜ୍ୟସଭାର ଅଧ୍ୟକ୍ଷ ଏମ୍. ଭେଙ୍କୟା ନାଇଡୁ ଆଞ୍ଚଳିକ ଭାଷାର ବ୍ୟବହାର ପାଇଁ ସାଂସଦମାନଙ୍କୁ ପ୍ରୋତ୍ସାହିତ କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe