ପ୍ରାଇଭେଟ୍ ଜେଟ୍ ଆମଦାନିରେ କଟକଣା ଲାଗିବ

Advertisment
୨୦୨୨ରେ ଦୁଇ ଗୁଣା ଅଧିକ ପାଇଲଟ୍‌ ନିଲମ୍ବିତ

DNA India

ନୂଆଦିଲ୍ଲୀ : ଆମଦାନି ଖର୍ଚ୍ଚ କମ୍ କରିବା ଲାଗି ଅଣ ଅତ୍ୟାବଶ୍ୟକ ସାମଗ୍ରୀ ମଗାଇବା ଉପରେ କଟକଣା ଲଗାଇବା ସଂକ୍ରାନ୍ତରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ପ୍ରାଇଭେଟ୍‌ ଜେଟ୍‌ ଏବଂ ହେଲିକପ୍ଟର ଆଦିର ଆମଦାନି ଉପରେ କଟକଣା ଲଗାଯିବ। ଟର୍ବୋ ଜେଟ୍ ଇଞ୍ଜିନ ଆମଦାନି ଉପରେ ମଧ୍ୟ ରୋକ ଲାଗିବ। ସେପ୍ଟେମ୍ବର ସୁଦ୍ଧା ପାଞ୍ଚ ମାସ ଭିତରେ ଭାରତକୁ ୨୦୦୦ କେଜିରୁ ଅଧିକ ଓଜନର ହେଲିକପ୍ଟର ଆମଦାନିରେ ୪୨% ଏବଂ ଟର୍ବୋ ଇଞ୍ଜିନ ଆମଦାନିରେ ୩୪% ବୃଦ୍ଧି ହୋଇଥିଲା। ଆମଦାନି କିଭଳି କମ୍ ରହିହେବ ସେନେଇ ରଣନୀତି ପ୍ରସ୍ତୁତ କରିବା ଲାଗି ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ, ଫିକି, ନ୍ୟାସନାଲ୍ ଏରେସ୍ପେସ୍ ଲାବୋରେଟୋରିଜ୍‌ ଭଳି ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଭାରତର ତିନି ପ୍ରମୁଖ ଧନୀ ମୁକେଶ ଅମ୍ବାନି, ରତନ ଟାଟା ଓ ଅନିଲ ଅମ୍ବାନିଙ୍କ ପାଖରେ ପ୍ରାଇଭେଟ୍ ଜେଟ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe