ଦୁଇ ଦିନ ଲକ୍‌ଡାଉନ୍‌ ଘୋଷଣା କର, ନଚେତ ଆମେ ବଞ୍ଚିବୁ କିପରି: ଦିଲ୍ଲୀ ସରକାରଙ୍କୁ କହିଲେ ପ୍ରଧାନ ବିଚାରପତି

Advertisment
ଦୁଇ ଦିନ ଲକ୍‌ଡାଉନ୍‌ ଘୋଷଣା କର, ନଚେତ ଆମେ ବଞ୍ଚିବୁ କିପରି: ଦିଲ୍ଲୀ ସରକାରଙ୍କୁ କହିଲେ ପ୍ରଧାନ ବିଚାରପତି

Image Courtesy of India Today

ନୂଆଦିଲ୍ଲୀ: ଦୁଇ ଦିନ ଲକ୍‌ଡାଉନ୍‌ ଘୋଷଣା କର, ନଚେତ ଆମେ ବଞ୍ଚିବୁ କିପରି ବୋଲି ଆଜି ଦିଲ୍ଲୀ ବାୟୁ ପ୍ରଦୂଷଣ ସଂକ୍ରାନ୍ତରେ ଏକ ଆବେଦନ ଶୁଣାଣି ସମୟରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଭର୍ତ୍ସନା କରିବା ସହ ଦିଲ୍ଲୀ ସରକାରଙ୍କୁ ଉପରୋକ୍ତ ପ୍ରସ୍ତାବ ଦେଇଛନ୍ତି।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ବିଷୟରେ ଚିନ୍ତାକୁଳ ହୋଇ ଆଦିତ୍ୟ ଦୁବେ ନାମରେ ଜଣେ ୧୭ ବର୍ଷିୟ ଛାତ୍ର ସୁପ୍ରିମ୍‌ କୋର୍ଟରେ ଉକ୍ତ ପିଟିସସନ୍‌ ଦାଏର କରିଥିଲେ। ଭାରତର ପ୍ରଧାନ ବିଚାରପତି ଏନ୍‌ଭି ରମନା, ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ସୂର୍ଯ୍ୟକାନ୍ତ ଆଜି ଉକ୍ତ ପିଟିସନ୍‌ର ଶୁଣାଣି କରୁଥିଲେ।

ଦିଲ୍ଲୀର ନିମ୍ନଗାମୀ ବାୟୁ ମାନ ବିଷୟରେ ଆଲୋଚନା କରି ପ୍ରଧାନ ବିଚାରପତି ରମନା କହିଲେ, ପରିସ୍ଥିତି କେତେ ଖରାପ ଆମେ ସେ କଥା ଜାଣୁ। ଘରେ ବି ଆମେ ମାସ୍କ୍‌ ପିନ୍ଧୁଛୁ।

publive-image Image Courtesy of Press24 News

ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ଯୁକ୍ତି ବାଢ଼ିଲେ, ରାଜ୍ୟ, କେନ୍ଦ୍ର ଏବଂ ସମସ୍ତ ଏଜେନ୍ସି ପ୍ରତ୍ୟେକ ନିଜ ନିଜର ସଂଗ୍ରାମରେ ମାତିଛନ୍ତି। ସମସ୍ତେ ଗ୍ରହଣ କରିଥିବା ପଦକ୍ଷେପ ସଂକ୍ରାନ୍ତରେ ଆମେ ସଂକ୍ଷିପ୍ତ ସାରାଂଶ ଫାଇଲ୍‌ କରିଛୁ। ନଡ଼ା ପୋଡ଼ି ପ୍ରଦୂଷଣ ପାଇଁ ଏକ ପ୍ରମୁଖ ସମସ୍ୟା।

ଏହାର ପ୍ରତ୍ୟୁତ୍ତର ଦେଇ ପ୍ରଧାନ ବିଚାରପତି କହିଲେ, ଆପଣ ଯେମିତି କଥା ଉପସ୍ଥାପନ କରୁଛନ୍ତି, ସେଥିରୁ ଜଣାପଡୁଛି କେବଳ କୃଷକମାନେ ହିଁ ପ୍ରଦୂଷଣ ପାଇଁ ଦାୟୀ। କିନ୍ତୁ, ନଡ଼ାପୋଡ଼ିଜନିତ ପ୍ରଦୂଷଣର ମାତ୍ରା ମାତ୍ର ୪୦%। ବାଣ କଥା କୁଆଡ଼େ ଗଲା? ଯାନାବାହନ ପ୍ରଦୂଷଣ କଥା କୁଆଡ଼େ ଗଲା?

ତେଣୁ, ଦିଲ୍ଲୀ ବାୟୁ ପ୍ରଦୂଷଣକୁ ତୁରନ୍ତ ନିୟନ୍ତ୍ରଣ କରିବା ଲାଗି ଦୁଇ ଦିନ ଲକ୍‌ଡାଉନ୍‌ ଘୋଷଣା କରିବା ପାଇଁ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe