ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲଗାଅ : ଅବିମୁକ୍ତେଶ୍ବରାନନ୍ଦ

ପଶ୍ଚିମବଙ୍ଗ ହିଂସାକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି।

WB1

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ୱାକଫ ସଂଶୋଧନ ଆଇନ ବିରୋଧରେ ପଶ୍ଚିମବଙ୍ଗରେ ସ୍ଥିତି ଉତ୍ତେଜନାପ୍ରବଣ ରହିଛିବିଶେଷକରି ମୁର୍ଶିଦାବାଦ ଏବଂ ଦକ୍ଷିଣ  ପରଗନାରେ ହିଂସା ଜାରି ରହିଛି । ଏହାକୁ ନେଇ ମମତା ସରକାରଙ୍କ ଉପରେ ବିଜେପି ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଟାର୍ଗେଟ କରୁଛନ୍ତି । ଏବେ ଧର୍ମଗୁରୁମାନେ ବି ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଏହି ହିଂସାକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତିସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତିବଙ୍ଗଳାର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ଉଚିତ। କେନ୍ଦ୍ର ସରକାର ସେଠାକାର ପରିସ୍ଥିତି ଉପରେ ରାଜନୀତି କରିବାକୁ ଏବଂ ଫଟୋ ଉଠାଇବାକୁ ଚାହୁଁଛନ୍ତି ।" ସେ କହିଥିଲେବଙ୍ଗଳାର ହିନ୍ଦୁମାନଙ୍କ ପାଇଁ ଏବେ ବି ସମୟ ଅଛି ଯେ ସେମାନେ ଗାଈ ମାତାଙ୍କୁ ସୁରକ୍ଷା ଦେବା ପାଇଁ ଠିଆ ହୁଅନ୍ତୁ ଏବଂ ଯେଉଁମାନେ ଗାଈକୁ ମାରିବାକୁ ଆସୁଛନ୍ତି ସେମାନଙ୍କୁ ହତ୍ୟା କରିବା ଆରମ୍ଭ କରନ୍ତୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe