ହିନ୍ଦୀ ଭାଷା ଲଦିବା ଅର୍ଥ ପାଶବିକ ଆକ୍ରମଣ କରିବା: ସିଦ୍ଧରମୟା

Advertisment
ହିନ୍ଦୀ ଭାଷା ଲଦିବା ଅର୍ଥ ପାଶବିକ ଆକ୍ରମଣ କରିବା: ସିଦ୍ଧରମୟା

Image Source: Hindustan Times

ନୂଆଦିଲ୍ଲୀ: ବର୍ଷିୟାନ୍‌ କଂଗ୍ରେସ ନେତା ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ସୋମବାର ଦିନ ଅଣହିନ୍ଦୀ କଥିତ ରାଜ୍ୟରେ ହିନ୍ଦୀ ଶିକ୍ଷା ପ୍ରସ୍ତାବକୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଦାବି କରିଛନ୍ତି ଯେ କୌଣସି ଭାଷା ଶିକ୍ଷା ପସନ୍ଦ ଅନୁଯାୟୀ ହେବା ଉଚିତ, ଲଦା ଯିବା ଅନୁଚିତ। ଗୁଡ଼ାଏ ଟୁଇଟ୍‌ ସିରିଜ୍‌ରେ ସେ କହିଛନ୍ତି: ଆମ ଦେଶ ବିଭିନ୍ନତା ମଧ୍ୟରେ ଐକ୍ୟ ପ୍ରଦର୍ଶନ କରୁଛି। ସମନ୍ଵୟତା ରକ୍ଷା ଲାଗି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଆବଶ୍ୟକ। ବାଧ୍ୟବାଧ୍ୟକତା ସମାଜର ନିୟମ ବିରୋଧରେ କାମ କରିବ। ଆମ ପାଇଁ କନ୍ନଡ଼ ହେଉଛି ପରିଚୟ। ଅନ୍ୟ କୌଣସି ଭାଷା ଶିଖିବା ପସନ୍ଦର କଥା, ବାଧ୍ୟବାଧ୍ୟକତା ନୁହେଁ।

ସେ ଆହୁରି କହିଛନ୍ତି ଯେ କୌଣସି ଭାଷା ଲଦି ଦିଆଯିବା ଆଞ୍ଚଳିକ ପରିଚୟ ଥିବା ରାଜ୍ୟ ଉପରେ ପାଶବିକ ଆକ୍ରମଣ। ନୂତନ ଜାତୀୟ ଶିକ୍ଷା ନୀତି ଡ୍ରାଫ୍‌ଟ୍‌ ଅଣହିନ୍ଦୀ କଥିତ ରାଜ୍ୟ ଉପରେ ହିନ୍ଦୀ ଲଦି ଦେଉଛି। ତାହା ଆମର ଭାବାବେଗର ବିରୁଦ୍ଧାଚରଣ କରୁଛି।

ସେ ଆହୁରି କହିଛନ୍ତି କି, ହିନ୍ଦୀ ଲଦାଯିବା ପରିବର୍ତ୍ତେ ସରକାର ଆଞ୍ଚଳିକ ପରିଚୟ ଉପରେ ଧ୍ୟାନ ଦେବା ଜରୁରୀ ଏବଂ ଆପଣା ଭାଷା ଓ ସଂସ୍କୃତି ମାଧ୍ୟମରେ ବିଚାରବୋଧର ପରିପ୍ରକାଶ ପାଇଁ ରାଜ୍ୟଗୁଡ଼ିକୁ ସୁବିଧା ଦେବା ଉଚିତ। ଭାରତରେ ଆମ୍ଭେମାନେ କନ୍ନଡ଼ୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe