ମହାକୁମ୍ଭରେ ଅସମ୍ଭାଳ ଭିଡ଼: ବାହାରିବା ପାଇଁ ଜାଗା ନ ଥିଲା, ଦଳାଚକଟା ବର୍ଣ୍ଣନା କଲେ ପ୍ରତ୍ୟକ୍ଷଦର୍ଶୀ

ମହାକୁମ୍ଭର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିବସ ‘ମୌନୀ ଅମାବାସ୍ୟା’ରେ ବୁଧବାର ସକାଳେ କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ସ୍ନାନ ପାଇଁ ଆସିଥିବା ବେଳେ ଅସମ୍ଭାଳ ଭିଡ଼ ଯୋଗୁ ଦଳାଚକଟାଜନିତ ମୃତ୍ୟୁ ଶୋକାକୁଳ ପରିବେଶ ସୃଷ୍ଟି କରିି।।

ffhhfhffh

ପ୍ରୟାଗରାଜ: ମହାକୁମ୍ଭର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିବସ ‘ମୌନୀ ଅମାବାସ୍ୟା’ରେ ବୁଧବାର ସକାଳେ କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ସ୍ନାନ ପାଇଁ ଆସିଥିବା ବେଳେ ଅସମ୍ଭାଳ ଭିଡ଼ ଯୋଗୁ ଦଳାଚକଟାଜନିତ ମୃତ୍ୟୁ ଶୋକାକୁଳ ପରିବେଶ ସୃଷ୍ଟି କରିି।। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ସେମାନଙ୍କୁ ଭିଡ଼ ଧକ୍କା ଦେଇଥିଲା ଏବଂ ଯେଉଁମାନେ ସଙ୍ଗମରେ ସ୍ନାନ କରିସାରିଥିଲେ ସେମାନେ ବାହାରିବା ପାଇଁ ବାଟ ପାଇ ନ ଥିଲେ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କିଛି ଶ୍ରଦ୍ଧାଳୁ ବ୍ୟାରିକେଡ୍ ଉପରକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ କିଛି ଆହତ ହୋଇଥିଲେ ଏବଂ ଏଥିପାଇଁ ଦଳାଚକଟା ସୃଷ୍ଟି ହୋଇଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ମହାକୁମ୍ଭ ବିଷୟରେ ଗୁଜବ ପ୍ରଚାର ନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ କୁମ୍ଭରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। କୁମ୍ଭରେ ୮ରୁ ୧୦ କୋଟି ଶ୍ରଦ୍ଧାଳୁ ଉପସ୍ଥିତ ଅଛନ୍ତି। ଗତକାଲି ପାଖାପାଖି ୬ କୋଟି ଶ୍ରଦ୍ଧାଳୁ ଆସି ସଙ୍ଗମରେ ସ୍ନାନ କରିଥିଲେ। ରାତି ୧ଟାରୁ ୨ଟା ୩୦ ମଧ୍ୟରେ ଏହି ଘଟଣା ଘଟିଛି। ଭିଡ଼ କମିବା ପରେ ସାଧୁସନ୍ଥମାନେ ଅମୃତ ସ୍ନାନକୁ ନେଇ ଆଗକୁ ବଢ଼ିବେ ବୋଲି ସେ କହିଛନ୍ତି। 

ଘଟଣାସ୍ଥଳରେ ଉପସ୍ଥିତ ଥିବା ବିନୟ କୁମାର ଯାଦବ ଅଭିଯୋଗ କରିଛନ୍ତି ଯେ ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ସଙ୍ଗମସ୍ଥଳରେ ସ୍ନାନ କରିବା ପରେ ଲୋକମାନେ ସୁରକ୍ଷିତ ଭାବେ ଘଟଣାସ୍ଥଳରୁ ବାହାର କରିବା ପାଇଁ କୌଣସି ପୁଲିସ ବ୍ୟବସ୍ଥା ନ ଥିଲା। ଯାଦବ କହିଛନ୍ତି, ଆମେ ଘାଟକୁ ଯାଉଥିଲୁ। ଅନେକ ଲୋକ ଘାଟରୁ ଫେରୁଥିଲେ। ହଠାତ୍ ଭିଡ଼ ଜମିଯାଇଥିଲା। ଲୋକଙ୍କୁ ବାହାରକୁ ଯିବା ପାଇଁ ଜାଗା ନ ଥିଲା। ସମସ୍ତେ ପରସ୍ପରକୁ ଧକ୍କା ଦେଉଥିଲେ। ଶୃଙ୍ଖଳା ରକ୍ଷା ପାଇଁ ପୁଲିସର କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି ଏବଂ ପରିସ୍ଥିତି ବିଶୃଙ୍ଖଳିତ ରହିଛି। ବିହାରର ଔରଙ୍ଗାବାଦର ଜଣେ ବ୍ୟକ୍ତି କହିଛନ୍ତି ଯେ ମହାକୁମ୍ଭକୁ ତାଙ୍କ ସହ ପରିବାରର ୧୨-୧୩ ଜଣ ସଦସ୍ୟ ଆସିଥିଲେ। ଶାହୀ ସ୍ନାନ ସମୟରେ ଭିଡ଼ ସେମାନଙ୍କୁ ଧକ୍କା ଦେଇଥିଲା। କର୍ଣ୍ଣାଟକର ସରୋଜିନୀ ନାମକ ଜଣେ ମହିଳା କହିଛନ୍ତି ଯେ ତାଙ୍କ ପରିବାର ଭିଡ଼ରୁ ବର୍ତ୍ତିବାକୁ ଚେଷ୍ଟା କରିଥିଲେ ମଧ୍ୟ ଜାଗା ଅଭାବରୁ ଏହା କରିପାରି ନ ଥିଲେ। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି।

କୋଟିକୋଟି ଲୋକଙ୍କ ସମାଗମ

ପ୍ରୟାଗରାଜ: ଜାନୁଆରି ୨୯ ତାରିଖ ବୁଧବାର ରାତି ପ୍ରାୟ ସାଢ଼େ ୨ଟା ବେଳେ ମୌନୀ ଅମାବାସ୍ୟାର ଶାହୀ ସ୍ନାନ ପାଇଁ ତ୍ରିବେଣୀ ସଙ୍ଗମରେ କୋଟି କୋଟି ଲୋକ ଏକତ୍ରିତ ହୋଇଥିବା ବେଳେ ଅନିୟନ୍ତ୍ରିତ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ମହାକୁମ୍ଭ ମେଳା ସ୍ଥଳରେ ପ୍ରବଳ ଜନସମାଗମ ହୋଇଛି ଏବଂ ୩ କୋଟିରୁ ଅଧିକ ଲୋକ ସଙ୍ଗମସ୍ଥଳରେ ଅଛନ୍ତି। ତ୍ରିବେଣୀ ସଙ୍ଗମ ଘାଟରେ ତମ୍ବୁ, ପତାକା ଓ ଅସ୍ଥାୟୀ ରାସ୍ତା ରହିଛି, ଯାହା ଭକ୍ତଙ୍କ ଦ୍ୱାରା ପରିପୂର୍ଣ୍ଣ। ବିଶୃଙ୍ଖଳା ଭିତରେ ଅନେକ ଶ୍ରଦ୍ଧାଳୁ ସ୍ନାନ ନ କରି ଫେରିଯାଇଥିଲେ। ଏହି ବଡ଼ କାର୍ଯ୍ୟକ୍ରମରେ ଭାଗ ନେଇ ସ୍ନାନ ପାଇଁ ଘାଟକୁ ଆସିଥିବା ଅନେକ ଆଖଡ଼ା ଦଳ ଏହି ଦଳାଚକଟା ପରେ ଆଗକୁ ଅଶାନ୍ତିକୁ ଏଡ଼ାଇବା ପାଇଁ ଏହାକୁ ବାତିଲ କରିଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ସ୍ଥିତି ସ୍ବାଭାବିକ ହେବାପରେ ବିଭିନ୍ନ ଆଖଡ଼ା ଅମୃତ ସ୍ନାନ ପାଇଁ ବାହାରିଥିଲେ। ଜୁନା ଆଖଡ଼ା ନାରାୟଣ ଗିରିଙ୍କ ମୁଖପାତ୍ରଙ୍କ କହିବାନୁଯାୟୀ, ଭିଡ଼ର ଅତ୍ୟଧିକ ଚାପ ଯୋଗୁଁ ଆଖଡ଼ାମାନେ ସ୍ନାନକୁ କିଛି ଘଣ୍ଟା ପାଇଁ ସ୍ଥଗିତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe