‘ଆଇଏନଡିଆଇଏ’ ମେଣ୍ଟ ବୈଠକ ପରେ ରାହୁଲ ଗାନ୍ଧି କହିଲେ, ବିରୋଧୀ ଏକାଠି ହେଲେ ବିଜେପି ପାଇଁ ଜିତିବା ଅସମ୍ଭବ ହେବ

Advertisment
‘ଆଇଏନଡିଆଇଏ’ ମେଣ୍ଟ ବୈଠକ ପରେ ରାହୁଲ ଗାନ୍ଧି କହିଲେ, ବିରୋଧୀ ଏକାଠି ହେଲେ ବିଜେପି ପାଇଁ ଜିତିବା ଅସମ୍ଭବ ହେବ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ବିରୋଧୀ ଏକଜୁଟ ହେଲେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ପାଇଁ ଜିତିବା ଅସମ୍ଭବ ହୋଇପଡ଼ିବ। ମୁମ୍ବାଇରେ ଆଇଏନଡିଆଇଏ ମେଣ୍ଟର ଦୁଇ ଦିନିଆ ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଏହି ମଞ୍ଚ ଭାରତୀୟ ଜନସଂଖ୍ୟାର ୬୦ ପ୍ରତିଶତ ପ୍ରତିନିଧିତ୍ୱ କରୁଛି । ଯଦି ଏହି ମଞ୍ଚରେ ଥିବା ଦଳଗୁଡ଼ିକ ଏକାଠି ହୁଅନ୍ତି, ତେବେ ବିଜେପି ପାଇଁ ଆଗାମୀ ନିର୍ବାଚନ ଜିତିବା ଅସମ୍ଭବ। ଏଥିପାଇଁ ବିରୋଧୀ ଦଳ ନେତାମାନଙ୍କୁ  ଏକାଠି ହେବାକୁ ସେ ନିବେଦନ କରିଥିଲେ।

ଦୁଇ ଦିନିଆ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ରାହୁଲ ଗାନ୍ଧି କହିଛନ୍ତି ଯେ ଦୁଇଟି ବଡ଼ ପଦକ୍ଷେପ ନିଆଯାଇଛି। ଏଥିରେ ୧୪ ଜଣିଆ କେନ୍ଦ୍ରୀୟ ସମନ୍ଵୟ କମିଟି ଗଠନ କରାଯିବା ସହ ସମସ୍ତ ଆସନ ବୁଝାମଣା ଭିତ୍ତିରେ ବଣ୍ଟନ ଲାଗି ନିଷ୍ପତ୍ତି ନିଆଯାଇଛି।

publive-image

ଆଗାମୀ ସାଧାରଣ ନିର୍ବାଚନରେ ଆଇଏନଡିଆଇଏ ବ୍ଲକ୍‌ ବିଜେପିକୁ ପରାସ୍ତ କରିବ ବୋଲି ସେ ନିଶ୍ଚିତ । ଶ୍ରୀ ଗାନ୍ଧି ମେଣ୍ଟର ନେତାମାନଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ‘‘ଏହି ମେଣ୍ଟର ପ୍ରକୃତ କାମ ହେଉଛି ନେତାମାନଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ବଜାୟ ରଖିବା । ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ଏହି ଦୁଇଟି ବୈଠକ ସମସ୍ତ ନେତାଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ସହ ଏକାଠି କାମ କରିବାକୁ ସୁନିଶ୍ଚିତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି।’’

ମୁଁ ଦେଖିପାରୁଛି ଯେ ସମସ୍ତ ନେତାଙ୍କ ମଧ୍ୟରେ ଆମର ଆଭିମୁଖ୍ୟରେ ନମନୀୟତା ରହିଛି। ଅବଶ୍ୟ କିଛିଟା ମତଭେଦ ରହିଛି, କିନ୍ତୁ ସେହି ପାର୍ଥକ୍ୟକୁ ଯେପରି ହ୍ରାସ କରିବା ସହ ଦୂର କରାଯିବ ସେଥିପାଇଁ ସମସ୍ତ ପ୍ରଚେଷ୍ଟା କରାଯିବ।

ରାହୁଲ ଗାନ୍ଧି ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଦୁର୍ନୀତିକୁ ପ୍ରମାଣିତ କରିବେ ବୋଲି କହିଛନ୍ତି। ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ନୂଆ ଅଭିଯୋଗ ଉପରେ ରାହୁଲ ଗାନ୍ଧି କହିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ଜଣେ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ ମଧ୍ୟରେ ଥିବା ସମ୍ପର୍କ ପ୍ରତ୍ୟେକ ବ୍ୟକ୍ତିଙ୍କ ନଜରରେ ରହିଛି। ମୁଁ ଗତକାଲି କହିଥିଲି ଯେ ଜି-୨୦ ଆୟୋଜନ ହେଉଛି ଏବଂ ଭାରତର ବିଶ୍ୱସନୀୟତା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ପ୍ରଧାନମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ଏବଂ ଶ୍ରୀ ଆଦାନୀଙ୍କ ମାମଲାର ଅନୁସନ୍ଧାନ ଆରମ୍ଭ କରନ୍ତୁ।

କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କଂଗ୍ରେସ ସାଂସଦ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ପଛର ଉଦ୍ଦେଶ୍ୟ ହେଉଛି ଦେଶର ଗରିବ ଲୋକଙ୍କଠାରୁ ଟଙ୍କା ଆଦାୟ କରି ସୀମିତ ଲୋକଙ୍କୁ ହସ୍ତାନ୍ତର କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe