୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦୁଇଗୁଣ କରିବା ଅସମ୍ଭବ: ମନମୋହନ ସିଂହ

Advertisment
୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦୁଇଗୁଣ କରିବା ଅସମ୍ଭବ: ମନମୋହନ ସିଂହ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍‌ ୨୦୧୮ର ବିରୁଦ୍ଧାଚରଣ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଯେ ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦୁଇଗୁଣା ହେବା ସମ୍ଭବ ନୁହେଁ।

ବଜେଟ୍‌ ଅଭିଭାଷରରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଥିଲେ ଯେ ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦୁଇଗୁଣା କରିବାକୁ ସରକାର ବଦ୍ଧପରିକର।

କିନ୍ତୁ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଖ୍ୟାତନାମା ଅର୍ଥନୀତିଜ୍ଞ ଜେଟ୍‌ଲୀଙ୍କ ସହ ଏକମତ ନୁହନ୍ତି। ସେ କହିଛନ୍ତି: ସରକାର କହୁଛନ୍ତି ୨୦୨୨ ସୁଦ୍ଧା ଚାଷୀମାନଙ୍କର ଆୟ ଦୁଇଗୁଣା ହୋଇଯିବ। କିନ୍ତୁ କୃଷି ଅଭିବୃଦ୍ଧି ୧୨% ନ ହେଲା ଯାଏଁ ତାହା ସମ୍ଭବ ନୁହେଁ। ତାହା ହାସଲ ନ କରିବା ଯାଏଁ ସବୁ ପ୍ରତିଶ୍ରୁତି ଫମ୍ପା। ଏକଥା ମନମୋହନ ସିଂହ କହିଛନ୍ତି ବୋଲି ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିରୋଧୀଦଳଙ୍କ ବୈଠକ ପରେ କଂଗ୍ରେସ ନେତା ଗୁଲାମ ନବି ଆଜାଦ କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି: ଆର୍ଥିକ ନିଅଣ୍ଟିଆ ପରିସ୍ଥିତି ନିଅଣ୍ଟିଆ ହେଲା ପରି ମନେ ହେଉଛି।

ଏହା ପୂର୍ବରୁ ଗତକାଲି ସିଂହ କହିଥିଲେ ଯେ ସରକାର କେମିତି ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବେ, ତାହା ଦେଖିବା କଥା।

ବଜେଟ୍‌ ନିର୍ବାଚନ ପ୍ରଣୋଦିତ ହୋଇଛି ବୋଲି ମୁଁ ନିନ୍ଦା କରୁନାହିଁ। କିନ୍ତୁ, ଏଥିରେ ଥିବା ଆର୍ଥିକ ଗାଣିତିକ ତ୍ରୁଟି ଯୋଗୁଁ ମୁଁ ଚିନ୍ତିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe