ଇମ୍ରାନ୍‌ ମାନିଲେ: କାଶ୍ମୀର ମାମଲାରେ ବିଶ୍ବ ସମୁଦାୟର ସମର୍ଥନ ମିଳୁନାହିଁ

Advertisment
ଇମ୍ରାନ୍‌ ମାନିଲେ: କାଶ୍ମୀର ମାମଲାରେ ବିଶ୍ବ ସମୁଦାୟର ସମର୍ଥନ ମିଳୁନାହିଁ

OpIndia

ନୂଆଦିଲ୍ଲୀ: କଶ୍ମୀର ମାମଲାରେ ପାକିସ୍ତାନକୁ ବିଶ୍ବ ସମୁଦାୟର ସମର୍ଥନ ମିଳୁନାହିଁ ଏବଂ ଏ ବାବଦରେ ପାକିସ୍ତାନର ବିଭିନ୍ନ ପ୍ରୟାସ ବିଫଳ ହୋଇଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି। ଜର୍ମାନୀର ଏକ ନ୍ୟୁଜ୍‌ ଚ୍ୟାନେଲକୁ ସାକ୍ଷାତକାର ଦେଇ ଇମ୍ରାନ୍‌ କହିଛନ୍ତି ଯେ କାଶ୍ମୀରକୁ ନେଇ ଲଗାତାର ଭାରତ ବିରୋଧରେ ଆମର ଲଢ଼େଇ ଜାରି ରହିଛି, କିନ୍ତୁ ବିଶ୍ବର ପ୍ରମୁଖ ରାଷ୍ଟ୍ରମାନଙ୍କ ସମର୍ଥନ ଆମେ ହାସଲ କରିବାକୁ ସକ୍ଷମ ହୋଇପାରୁ ନାହୁଁ। ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ପାକିସ୍ତାନ ବିଭିନ୍ନ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଉଛି। ଭାରତର ଏହି ଆwଭ୍ୟନ୍ତରୀଣ ମାମଲାକୁ ନେଇ ପାକିସ୍ତାନ ଅନାବଶ୍ୟକ ହସ୍ତକ୍ଷେପ କରୁଥିବାରୁ ଭାରତ ଏହାର ଜୋର୍‌ଦାର ବିରୋଧ କରିଆସୁଛି। ଏହି ସାକ୍ଷାତକାରରେ ଇମ୍ରାନ୍‌ ଆର୍‌ଏସଏସ୍‌କୁ କଡ଼ା ସମାଲୋଚନା କରି ଏହାକୁ ନାଜି ସହିତ ତୁଳନା କରିଛନ୍ତି। ଆର୍‌ଏସ୍‌ଏସ୍‌ର ବିଚାରଧାରା ଯୋଗୁଁ ଭାରତ ସରକାର ପାକିସ୍ତାନ ସହିତ ଆଲୋଚନା ପାଇଁ ଆସୁନାହାନ୍ତି ବୋଲି ଇମ୍ରାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe