ସରକାର ବଞ୍ଚାଇବାକୁ ଆସିଫ ଅଲ୍ଲୀ ଜର୍ଦ୍ଦାରିଙ୍କୁ ଭେଟିବାକୁ ଚାଁହୁଥିଲେ ଇମ୍ରାନ, ଭାଇରାଲ ଅଡିଓକୁ ନେଇ ଚର୍ଚ୍ଚା

Advertisment
ସରକାର ବଞ୍ଚାଇବାକୁ ଆସିଫ ଅଲ୍ଲୀ ଜର୍ଦ୍ଦାରିଙ୍କୁ ଭେଟିବାକୁ ଚାଁହୁଥିଲେ ଇମ୍ରାନ, ଭାଇରାଲ ଅଡିଓକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ପାକିସ୍ତାନରେ କ୍ଷମତାକୁ ନେଇ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। କ୍ଷମତାରୁ ବହିଷ୍କୃତ ହେବା ପରେ ଇମ୍ରାନ ଖାନ ଏବେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ଏବେ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ, କୁହାଯାଇଛି ଯେ ଇମ୍ରାନ ସରକାର ପତନ ପୂର୍ବରୁ ଇମ୍ରାନ ଖାନ ଦେଶର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରିଙ୍କୁ ଭେଟିବାକୁ ଚାହୁଁଥିଲେ ଏବଂ ତାଙ୍କ ସରକାରକୁ ବଞ୍ଚାଇବାରେ ସାହାଯ୍ୟ ଆଶା କରୁଥିଲେ । ଏକ ଅଡିଓରେ ଏହି ଦାବି କରାଯାଇଛି।

ବାସ୍ତବରେ ଡନ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରି ଏବଂ ପାକିସ୍ତାନୀ ବ୍ୟବସାୟୀ ମଲିକ୍ ରିୟାଜ୍ ହୁସେନଙ୍କ ମଧ୍ୟରେ ହୋଇଥିବା ଫୋନ୍ ବାର୍ତ୍ତାଳାପର ଏକ ଅଡିଓ ରେକର୍ଡିଂ ଲିକ୍ ହେବା ପରେ ଭାଇରାଲ୍ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ଏହି ବାର୍ତ୍ତାଳାପରେ ରିୟାଜ ହୁସେନ୍‌ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜର୍ଦ୍ଦାରିଙ୍କୁ ଭେଟିବାକୁ ଚାଁହୁଛନ୍ତି | ଆସିଫ ଅଲ୍ଲୀ ଜର୍ଦ୍ଦାରି ଯେଭଳି ସରକାର ବଞ୍ଚାଇବାକୁ ସାହାଯ୍ୟ କରିବେ ସେନେଇ ଇମ୍ରାନ ଭେଟିବାକୁ ଚାଁହୁଛନ୍ତି |

ଏହି ନିର୍ଦ୍ଦିଷ୍ଟ ବାର୍ତ୍ତାଳାପରେ ରିୟାଜ ଆସିଫ ଅଲ୍ଲୀ ଜର୍ଦ୍ଦାରିଙ୍କୁ କହୁଛନ୍ତି ଯେ ଇମ୍ରାନ ତାଙ୍କୁ ସାକ୍ଷାତ କରିବାକୁ ଚାଁହୁଛନ୍ତି | ରିୟାଜ ପୂର୍ବତନ ରାଷ୍ଟ୍ରପତିଙ୍କୁ କହିଥିଲେ ଯେ ଇମ୍ରାନ ଅନେକ ବାର୍ତ୍ତା ପଠାଇଛନ୍ତି | ଏହା ପରେ ଜର୍ଦ୍ଦାରି ମଧ୍ୟ ଉତ୍ତର ଦେଇଛନ୍ତି ଯେ ଏହା ବର୍ତ୍ତମାନ ଅସମ୍ଭବ। ଡନର ରିପୋର୍ଟ ଅନୁଯାୟୀ, ଆସିଫ ଅଲ୍ଲୀ ଜର୍ଦ୍ଦାରି ଏବଂ ରିୟାଜ୍ ପରସ୍ପର ସହ କଥା ହୋଇଥିବାବେଳେ ଏହି ବାର୍ତ୍ତାଳାପ କେଉଁ ଦିନ ହୋଇଥିଲା ତାହା ଜଣା ପଡିନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe