ଋଣ ଭାରରେ ଉବୁଟୁବୁ ପାକିସ୍ଥାନ : ଋଣ ଶୁଝିବାକୁ ପାଖରେ ଟଙ୍କା ନାହିଁ, ଏବେ ଦେଶରେ ଆକାଶଛୁଆଁ ହୋଇଛି ଦର

ଆମେରିକା ଗସ୍ତ ପାଇଁ ଇମ୍ରାନଙ୍କ ଖର୍ଚ୍ଚକାଟ, ପାକ୍‌ ରାଷ୍ଟ୍ରଦୂତଙ୍କ ବାସଭବନରେ ରହିବେ

Dawn

ଇସଲାମାବାଦ : ଋଣ ଭାରରେ ବୁଡି ରହିଛି ପାକିସ୍ତାନ। ପଡୋଶୀ ଦେଶ ପାକିସ୍ତାନର ଅର୍ଥନୀତି ଏତେ ତଳକୁ ଖସିଯାଇଛି ଯେ ଏବେ ଦେଶରେ ଆକାଶଛୁଆଁ ହୋଇଛି ଦର। ଆଉ ଏସବୁ ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ବଡ ବୟାନ ଦେଇଛନ୍ତି। ଗତ ଦଶବର୍ଷ ମଧ୍ୟରେ ପାକିସ୍ତାନ ଯେଉଁଭଳି ଋଣଭାରରେ ବୁଡି ରହିଛି ସେଥିରୁ ମୁକୁଳିବା ଏତେ ସହଜ ନୁହେଁ ।

ଗତ ଦଶ ବର୍ଷ ମଧ୍ୟରେ ପାକିସ୍ତାନର ଋଣ ୬୦୦୦ ଆରବରୁ ବଢି ୩୦ ହଜାର ଆରବରେ ପହଞ୍ଚିଛି। ଆଉ ଏହାଦ୍ୱାରା ଦେଶର ରାଜକୋଷରୁ ଡଲାରର ପରିମାଣ ମଧ୍ୟ କମ ହେବାରେ ଲାଗିଛି।ଏପରିକି ପାକିସ୍ତାନ ପାଖରେ ଏତେ ଟଙ୍କା ନାହିଁ ଏହାକୁ ଏବେ ସୁଝିପାରିବ। ଆଉ ଏଭଳି ଅବସ୍ଥାରେ ପାକିସ୍ତାନ ଦେବାଳିଆ ହୋଇଯିବା ଭଳି ସ୍ଥିତି ଉପୁଜିବା ନେଇ ଡର ମଧ୍ୟ ରହିଛି। ଯଦି ଏଭଳି ହୁଏ ତେବେ ଦେଶର ସ୍ଥିତି ସଙ୍ଗୀନ ହୋଇଯିବ। ବସ୍ତା ବସ୍ତା ଟଙ୍କା ନେଇଗଲେ ମଧ୍ୟ ରୁଟି ଗୋଟିଏ ପାଇବା ମଧ୍ୟ କଷ୍ଟକର ହୋଇଯିବ। ପାକିସ୍ତାନର ଅବସ୍ଥା ଭେନଜୁଏଲା ଭଳି ହୋଇଯିବ।

ଇମରାନ କହିଛନ୍ତି, ଯେବେଠାରୁ ସେ ଶାସନର ମଙ୍ଗ ଧରିଛନ୍ତି ଏଭଳି ସଙ୍ଗୀନ ସ୍ଥିତିର ସାମ୍ନାକୁ କରିବାକୁ ପଡୁଛି । ତେବେ ୟୁଏଇ, ସାଉଦି ଆରବ,ଚୀନ ଭଳି ବନ୍ଧୁ ରାଷ୍ଟ୍ରଙ୍କ ପାଇଁ ଦେଶରେ ସେଭଳି ପରିସ୍ଥିତି ଏଯାଏଁ ସୃଷ୍ଟି ହୋଇନାହିଁ। ଗତକାଲି ପାକିସ୍ତାନରେ ବଜେଟ ଆସିଥିବା ବେଳେ ଏଥିରେ ଆଇଏମଏଫର ପ୍ରଭାବ ଦେଖିବାକୁ ମିଳିଛି। ଆଇଏମଏଫ ଠାରୁ ୬ ଆରବ ଡଲାର ଋଣ ପାକିସ୍ତାନ ନେଇଥିବା ବେଳେ ଏହା ବଦଳରେ ପାକିସ୍ତାନକୁ ଆଇଏମଏଫର କିଛି ସର୍ତ୍ତ ମାନିବାକୁ ପଡିବ। ଆଉ ଏହାଦ୍ୱାରା ବିଭିନ୍ନ ସାମଗ୍ରୀ ମହଙ୍ଗା ହେବା ସହ ଲୋକଙ୍କ ଉପରେ ଟ୍ୟାକ୍ସ ବୋଝ ମଧ୍ୟ ପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe