ଇମ୍ରାନ କୂଟନୈତିକ ପ୍ରୋଟୋକଲ ଭାଙ୍ଗିଲେ

Advertisment

ନେତାଙ୍କୁ ସ୍ବାଗତ ବେଳେ ବସି ରହିଲେ

ନେତାଙ୍କୁ ସ୍ବାଗତ ବେଳେ ବସି ରହିଲେ

ଇମ୍ରାନ କୂଟନୈତିକ ପ୍ରୋଟୋକଲ ଭାଙ୍ଗିଲେ

ବିସ୍କେକ୍ (କିର୍ଗିଜ୍‌ସ୍ତାନ): ବିସ୍କେକ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସମ୍ମିଳନୀର ଗତକାଲି ଉଦ୍‌ଘାଟନ ସମାରୋହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କୂଟନୈତିକ ପ୍ରୋଟୋକଲ ଓ ପରମ୍ପରାକୁ ଭାଙ୍ଗି ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଛନ୍ତି। ଉଦ୍‌ଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସମେତ ସମସ୍ତ ନେତାଙ୍କ ପରିଚୟ ପ୍ରଦାନ କରାଯାଇଥିଲା। ସେମାନେ କ୍ରମାନୁସାରେ ସମ୍ମିଳନୀ କକ୍ଷରେ ପ୍ରବେଶ କରିଥିଲେ। ସମସ୍ତ ପ୍ରତିନିଧି ପରମ୍ପରା ଅନୁଯାୟୀ ନେତାଙ୍କୁ ସ୍ବାଗତ ବେଳେ ଛିଡ଼ା ହୋଇଥିବା ବେଳେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ କିନ୍ତୁ ତାଙ୍କ ଆସନରେ ବସି ରହିଥିଲେ। ଇମ୍ରାନଙ୍କ ଏଭଳି ଆଚରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଇମ୍ରାନଙ୍କ ଆଚରଣକୁ ଅଶୋଭନୀୟ ଏବଂ ଅହଙ୍କାରୀ ବୋଲି କୁହାଯାଇଛି। ପାକିସ୍ତାନ ଗଣମାଧ୍ୟମ ମଧ୍ୟ ଇମ୍ରାନଙ୍କ ଦ୍ବାରା କୂଟନୈତିକ ପ୍ରୋଟୋକଲ ଭାଙ୍ଗିବାକୁ ସମାଲୋଚନା କରିଛି। ଏହାଦ୍ବାରା ପାକିସ୍ତାନର ମୁଣ୍ଡ ଆହୁରି ତଳକୁ ହୋଇଯାଇଛି ବୋଲି ଅନେକ ପାକ୍‌ ବୁଦ୍ଧିଜୀବୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe