ସବୁ ବାଟ ବନ୍ଦ ହେବା ସତ୍ତ୍ବେ ବି ଇସ୍ତଫା ଦେବି ନାହିଁ ବୋଲି କହିଲେ ଇମ୍ରାନ ଖାନ୍

ସବୁ ବାଟ ବନ୍ଦ ହେବା ସତ୍ତ୍ବେ ବି ଇସ୍ତଫା ଦେବି ନାହିଁ ବୋଲି କହିଲେ ଇମ୍ରାନ ଖାନ୍

NDTV.com

ଇସଲାମାବାଦ: ସବୁ ବାଟ ବନ୍ଦ ହେବା ସତ୍ତ୍ବେ ବି ଇସ୍ତଫା ଦେବି ନାହିଁ ବୋଲି କହିଲେ ଇମ୍ରାନ ଖାନ୍। ଗତକାଲି ପାକିସ୍ତାନ ସୁପ୍ରିମ୍‌ କୋର୍ଟ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହା ସହିତ ସଂସଦ ଭଙ୍ଗ ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ବିଧାନର ପ୍ରକ୍ରିୟା ମୁତାବକ ହୋଇନଥିବାରୁ ଏହାକୁ କୋର୍ଟ ବେଆଇନ ଦର୍ଶାଇଥିଲେ। ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଦୋହରାଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅନାସ୍ଥା ଭୋଟ ପୂର୍ବରୁ ଇମ୍ରାନ ଖାନ୍ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯଦି ମୁଁ ଇସ୍ତଫା ଦେବି, ତେବେ ମୁଁ ବିଦେଶୀ ଷଡଯନ୍ତ୍ରକୁ ସମର୍ଥନ କରୁଛି ବୋଲି ପ୍ରମାଣ ହେବ, ଯାହା ମୁଁ କେବେ ହେବାକୁ ଦେବି ନାହିଁ। ଏହାପୂର୍ବରୁ ପାକିସ୍ତାନ ରାଜନୈତିକ କମିଟି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲା। ଏହା ବ୍ୟତୀତ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଇମ୍ରାନ ଖାନଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ। ହେଲେ ଏବେ ଇସ୍ତଫା ଆଦୌ ଦେବି ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌।

କିଛି ସମୟ ପୂର୍ବରୁ ସୂଚନା ମିଳିଥିଲା ଯେ, ଇମ୍ରାନ ଖାନ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। କେବଳ ଏତିକି ନୁହେଁ, ଇମ୍ରାନଙ୍କ ସହ ତାଙ୍କ ଦଳ ପିଟିଆଇର ସମସ୍ତ ସାଂସଦ ଏବଂ ବିଧାୟକ ନିଜ ନିଜର ପଦରୁ ଇସ୍ତଫା ଦେବେ। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଇମ୍ରାନ ଖାନ ସାରା ଦେଶରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରିବେ। ଏଥିରେ ସେ ନିଜ ପାଇଁ ଜନସାଧାରଣଙ୍କ ସମର୍ଥନ ସଂଗ୍ରହ କରିବେ ଏବଂ ପାକିସ୍ତାନରେ ତାଙ୍କ ସରକାର ଭାଙ୍ଗିବା ପଛରେ ଦାୟୀ ଥିବା ବିଦେଶୀ ଷଡ଼ଯନ୍ତ୍ରର ଅନୁସନ୍ଧାନ ପାଇଁ ଦାବି କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe