ଇମ୍ରାନ ପ୍ରଧାନମନ୍ତ୍ରୀ ନିର୍ବାଚିତ : ସପକ୍ଷରେ ୧୭୬ ଭୋଟ୍‌, ଶପଥ ଆଜି

ଇସ୍‌ଲାମାବାଦ ପହଞ୍ଚିଲେ ସିଦ୍ଧୁ

ଇମ୍ରାନ ପ୍ରଧାନମନ୍ତ୍ରୀ ନିର୍ବାଚିତ : ସପକ୍ଷରେ ୧୭୬ ଭୋଟ୍‌, ଶପଥ ଆଜି

ଇସ୍‌ଲାମାବାଦ : ପାକିସ୍ତାନ ତେହରିକ୍‌ ଏ ଇନ୍‌ସାଫ୍‌ (ପିଟିଆଇ) ଦଳର ନେତା ଇମ୍ରାନ୍‌ ଖାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଆଜି ନିର୍ବାଚିତ ହୋଇଛନ୍ତି । ଆଜି ପାକିସ୍ତାନ ଜାତୀୟ ପରିଷଦରେ ହୋଇଥିବା ନିର୍ବାଚନରେ ଇମ୍ରାନ୍‌ଙ୍କ ସମର୍ଥନରେ ୧୭୬ ଭୋଟ୍‌ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପିଏମ୍‌ଏଲ୍‌-ଏନ୍‌ର ଶାହବାଜ ସରିଫ୍‌ଙ୍କୁ ୯୬ ଭୋଟ୍‌ ମିଳିଥିଲା। ଗୃହର ନବ ନିର୍ବାଚିତ ଅଧ୍ୟକ୍ଷ ଅସଦ୍‌ କାସିର ଫଳାଫଳ ଘୋଷଣା କରିଥିଲେ। ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବ। ଜୁଲାଇ ୨୫ ନିର୍ବାଚନରେ ପିଟିଆଇ ସବୁଠାରୁ ବଡ଼ ଦଳ ଭାବେ ଉଭା ହେବାପରେ କ୍ରିକେଟର୍‌ରୁ ନେତା ପାଲଟିଥିବା ଇମ୍ରାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଥିଲା। ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଭାରତର ପୂର୍ବ କ୍ରିକେଟର୍‌ ନବଜୋତ ସିଂହ ସିଦ୍ଧୁ ଆଜି ପାକିସ୍ତାନରେ ପହଞ୍ଚିଛନ୍ତି। ସେ ବାଘା ବୋର୍ଡର ଦେଇ ଲାହୋରରେ ପହଞ୍ଚିଥିଲେ ଏବଂ ସେଠାରୁ ବିମାନରେ ଇସ୍‌୍‌ଲାମାବାଦ ଯାଇଛନ୍ତି। ସିଦ୍ଧୁଙ୍କ ପାଖରେ ଏବେ ୧୫ ଦିନର ଭିସା ରହିଛି। ତେବେ ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ବିଭିନ୍ନ ମହଲ ବିରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe