କବାଟ ଭାଙ୍ଗି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଲା ପୁଲିସ, ଇମ୍ରାନ ଖାନ ଦେଲେ ଏଭଳି ପ୍ରତିକ୍ରିୟା

Advertisment
କବାଟ ଭାଙ୍ଗି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଲା ପୁଲିସ, ଇମ୍ରାନ ଖାନ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ତୋଷଖାନ୍ନା ଦୁର୍ନୀତି ମାମଲାରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ସଙ୍କଟ ମାଡିବସିଛି। ଇମ୍ରାନ ଆଜି ଇସଲାମାବାଦର କୋର୍ଟରେ ହାଜର ହେବାକୁ ଯାଉଥିଲେ। ଏହି ସମୟରେ ତାଙ୍କ କାଫିଲକୁ କୋର୍ଟ ଯିବା ପୂର୍ବରୁ ଇସଲାମାବାଦର ଟୋଲ ପ୍ଲାଜା ନିକଟ‌ରେ ଅଟକାଇ ଦିଆଯାଇଥିଲା।

ସେହିପରି ଇମ୍ରାନ ଖାନ ଇସଲାମାବାଦ କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ତାଙ୍କର ଲାହୋରସ୍ଥିତ ଘରେ ପୁଲିସ ପହଞ୍ଚିଯାଇଥିଲା।  ଏହି ସମୟ‌ରେ ପୁଲିସ ଓ ପିଟିଆଇ କର୍ମୀ ମୁହାଁମୁହିଁ ହୋଇଥିଲେ।

ଇସଲାମାବାଦ ଯାଉଥିବା ବେଳେ ଇମ୍ରାନ ଖାନ ଏକ ଭିଡିଓ ବି ଜାରି କରିଥିଲେ। ଏହି ଭିଡିଓରେ ଇମ୍ରାନ କହୁଛନ୍ତି, ‘ମୁଁ ଇସଲାମାବାଦ ପହଞ୍ଚିବା ପରେ ସୋମନେ ମୋତେ ଗିରଫ କରିବେ। ମୋର ଗିରଫଦାରୀ ‘ଲଣ୍ଡନ ପ୍ଲାନ’ର ଅଂଶ। ନୱାଜ ସରିଫଙ୍କ କହିବାନୁସାରେ ମୋତେ ଗିରଫ କରାଯାଉଛି। ପଞ୍ଜାବ ପୁଲିସ ଜମାନ ପାର୍କସ୍ଥିତ ମୋର ଘରେ ଚଢ଼ାଉ କରିଛି। କବାଟ ଭାଙ୍ଗି ଘରେ ପଶିଛି। ଏହାସହ ବୁଲଡୋଜର ସହାୟତାରେ ଘର ମଧ୍ୟ ଭାଙ୍ଗିଛି । ସେଠାରେ ବୁସରା ବେଗମ ଏକା ଅଛନ୍ତି। ଏହା କେଉଁ ନିୟମ ଅନୁଯାୟୀ କରାଯାଉଛି?

ପାକିସ୍ତାନରେ ଇମ୍ରାନଙ୍କ ଲାହୋରସ୍ଥିତ ଘର ବାହାରେସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ପୁଲିସ ପକ୍ଷରୁ କୁହାଯାଇଛି କି, ଇମ୍ରାନଙ୍କ ଜମାନ ପାର୍କସ୍ଥିତ ଘରଛାତ ଉପରୁ ପୁଲିସ ଉପରକୁ ଗୁଳିଚାଳନ କରାଯାଇଥିଲା।  ଏହାର ଜବାବରେ ସେଠାରେ ଉପସ୍ଥିତ ଥିବା ପିଟିଆଇ କର୍ମୀଙ୍କୁ ପୁଲିସ ମାଡ ମାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe