ଇମ୍ରାନ ଖାନ ସହଯୋଗୀ ଦଳମାନଙ୍କୁ ନବୁଝାଇଲେ ସରକାର ଭାଙ୍ଗିବା ନିଶ୍ଚିତ

Advertisment
ଇମ୍ରାନ ଖାଁଙ୍କ ଲାହୋର ଘରେ ଲୁଚିଛନ୍ତି ୪୦ ଆତଙ୍କବାଦୀ ! ଘରକୁ ଘେରିଲେ ପୁଲିସ୍

Image Courtsy: News18

ଇସ୍‌ଲାମାବାଦ: ଇମ୍ରାନ ଖାନ ସରକାରଙ୍କ ପାଇଁ ଖରାପ ସମୟ ଆରମ୍ଭ ହୋଇଯାଇଛି ଓ ସେ ଅଳ୍ପ ଦିନର ଅତିଥି। ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍-କାୟଦ (ପିଏମ୍ଏଲ୍-କ୍ୟୁ)ର ମୁଖ୍ୟ ଚୌଧୁରୀ ପରଭେଜ୍ ଇଲାହୀ ଏହା କହିଛନ୍ତି।

ଇଲାହୀ କହିଛନ୍ତି- ମୋ ଅନୁସାରେ ଏହି ସରକାର ୧୦୦ ପ୍ରତିଶତ ସମସ୍ୟାରେ ଅଛି, ଏବେ ଏହାକୁ ବଞ୍ଚାଇବା କଷ୍ଟକର। । ଯଦି ପ୍ରଧାନମନ୍ତ୍ରୀ ନିଜେ ଯାଇ ନିଜ ସାଂସଦମାନଙ୍କୁ ବୁଝାନ୍ତି ତେବେ ହୁଏତ କିଛିଦିନ ପାଇଁ ସରକାର ଚାଲିପାରେ ଅନ୍ୟଥା ସରକାର ଭାଙ୍ଗିବା ନିଶ୍ଚିତ। ଇମ୍ରାନ ଖାନଙ୍କୁ ନିଜ ସହଯୋଗୀ ଦଳମାନଙ୍କ ପାଖକୁ ଯିବାକୁ ପଡିବ।

ଏବେ ଆଉ ଡରାଇ ଧମକାଇ, ଗର୍ବ, ଅହଂକାର ମନୋଭାବ ସହ ସରକାର ଚଳାଯାଇ ପାରିବ ନାହିଁ। ତାଙ୍କୁ ନିଜ ସହଯୋଗୀମାନଙ୍କୁ ବୁଝାଇବାକୁ ପଡିବ। ଯଦି ଏଭଳି ନ ହୁଏ ତେବେ ସରକାରକୁ କେହି ବି ବଞ୍ଚାଇ ପାରିବେ ନାହିଁ।

ପାକିସ୍ତାନରେ ବିରୋଧୀ ଦଳ ଇମ୍ରାନଙ୍କ ବିରୋଧରେ ଅବିଶ୍ଵାସ ପ୍ରସ୍ତାବ ଆଣି ସାରିଛି। ଏହା ଉପରେ ୨୮ ମାର୍ଚ୍ଚରେ ଭୋଟିଂ ହେବାର ଅଛି। ମିଡିଆ ରିପୋର୍ଟ ଅନୁସାରେ ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହରିକ୍-ଏ-ଇନ୍‌ସାଫର ପାଖପାଖି ୧୮ରୁ ୨୦ ସାଂସଦ ନିଜ ଦଳ ବିରୋଧରେ ହିଁ ଭୋଟ ଦେବାକୁ ଯାଉଛନ୍ତି। ଚୌଧୁରୀ ପରଭେଜ୍ ଇଲାହୀ ପାକିସ୍ତାନର ସବୁଠୁ ବଡ ନେତାମାନଙ୍କ ମଧ୍ୟରେ ଗଣାଯାନ୍ତି।

publive-image Image Courtsy: Dawn

ପାକିସ୍ତାନ ମିଡିଆ ଅନୁସାରେ ଇମ୍ରାନ ସରକାରଙ୍କ ପାଖରେ ବର୍ତ୍ତମାନ ୧୭୯ ସାଂସଦଙ୍କ ସମର୍ଥନ ଅଛି। ବହୁମତ ପାଇଁ ୧୭୨ ସାଂସଦଙ୍କ ସମର୍ଥନ ଦରକାର। ସହଯୋଦୀ ଦଳମାନଙ୍କ ୭ ସାଂସଦ ଇମ୍ରାନ ସରକାରଙ୍କୁ ସମର୍ଥନ ଦେଉଛନ୍ତି। ଇମ୍ରାନ ସରକାରଙ୍କ ୧୮-୨୦ ସାଂସଦ ଏପରି ଅଛନ୍ତି ଯେଉଁମାନେ ବିପକ୍ଷ ଦଳଙ୍କୁ ସମର୍ଥନ କରିବାକୁ ଚାହୁଁଛନ୍ତି କାରଣ ଇମ୍ରାନଙ୍କ ଦଳରେ ସେମାନେ ଭବିଷ୍ୟତ ଦେଖିପାରୁ ନାହାନ୍ତି। ଯଦି ଏପରି ହୁଏ ତେବେ ବିରୋଧୀ ସାଂସଦଙ୍କ ସଂଖ୍ୟା ପ୍ରାୟ ୨୦୦ ହୋଇଯିବ ଓ ସରକାରଙ୍କ ପାଖରେ ୧୬୦ରୁ ବି କମ ସାଂସଦ ରହିବେ। ଏପରି ସ୍ଥିତିରେ ଇମ୍ରାନଙ୍କ ସରକାର ଭାଙ୍ଗିବା ନିଶ୍ଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe