ଇମ୍ରାନଙ୍କ ଶପଥ ଉତ୍ସବକୁ ଗାଭାସ୍କର, କପିଳଙ୍କୁ ନିମନ୍ତ୍ରଣ

Advertisment
ଇମ୍ରାନଙ୍କ ଶପଥ ଉତ୍ସବକୁ ଗାଭାସ୍କର, କପିଳଙ୍କୁ ନିମନ୍ତ୍ରଣ

ଇସଲାମାବାଦ : ଆସନ୍ତା ୧୧ ତାରିଖ ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଇମ୍ରାନ ଖାନ୍‌। ଏହି ଶପଥ ଗ୍ରହଣ ଉତ୍ସବକୁ ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବ, ସୁନୀଲ ଗାଭାସ୍କର ଏବଂ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ କରିଛନ୍ତି। ଇମ୍ରାନଙ୍କ ଭାରତୀୟ ଅତିଥି ତାଲିକାରେ ବଲିଉଡ୍‌ ଅଭିନେତା ଅମିର ଖାନ୍‌ଙ୍କ ନାଁ ମଧ୍ୟ ରହିଛି। ପାକିସ୍ତାନ ତେହେରିକ-ଇ- ଇନସାଫ୍‌ ଦଳର ମୁଖପାତ୍ର ଫଓ୍ଵାଦ ଚୌଧୁରୀ ଆଜି ଭାରତୀୟ ଅତିଥି ତାଲିକା ଘୋଷଣା କରି କପିଳ, ଗାଭାସ୍କର, ସିଦ୍ଧୁ ଏବଂ ଅମିର ଏଥିରେ ସ୍ଥାନ ପାଇଥିବା ଜଣାଇଛନ୍ତି। ତେବେ ଶପଥ ଗ୍ରହଣ ଉତ୍ସବକୁ ଇମ୍ରାନ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏଥିନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ବୈଦେଶିକ ମନ୍ତ୍ରଣାଳୟ ସହ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ, ଶପଥ ଉତ୍ସବକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇପାରେ ବୋଲି କୁହାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe