ଇମ୍ରାନ୍‌ ଖାନ୍‌ଙ୍କୁ ସୋସିଆଲ୍‌ ମିଡିଆରେ ଭର୍ତ୍ସନା

Advertisment

ଜଣେ ବି ହିନ୍ଦୁ ପାକିସ୍ତାନରେ ସୁରକ୍ଷିତ ନାହାନ୍ତି

ଜଣେ ବି ହିନ୍ଦୁ ପାକିସ୍ତାନରେ ସୁରକ୍ଷିତ ନାହାନ୍ତି

ପୁଲିସକୁ ଚକ୍‌ମା ଦେଲେ ଇମ୍ରାନ

Asianet News

ଇସ୍‌ଲାମାବାଦ : ପାକିସ୍ତାନରେ ହିନ୍ଦୁମାନେ କିଭଳି ବିପଜ୍ଜନକ ଏବଂ ଦୟନୀୟ ସ୍ଥିତିରେ ଅଛନ୍ତି ତାହା କାହାକୁ ଅଛପା ନାହିଁ। ଏଭଳି ସ୍ଥିତିରେ ପାକିସ୍ତାନର ହିନ୍ଦୁମାନଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସୋସିଆଲ୍‌ ମିଡିଆରେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି।

ଗତ ଶନିବାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପାକିସ୍ତାନରେ ଥିବା ହିନ୍ଦୁମାନଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇଥିଲେ। ତେବେ ଏହା ପରେ ସୋସିଆଲ୍‌ ମିଡିଆରେ ଇମ୍ରାନ୍‌ଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ଅନେକ ଟ୍ବିଟର୍‌ ବ୍ୟବହାରକାରୀ ଇମ୍ରାନ୍‌ଙ୍କୁ ଟ୍ବିଟ୍‌ କରି ପ୍ରଶ୍ନ ପଚାରିଛନ୍ତି, ପାକିସ୍ତାନରେ ଆଉ କ’ଣ ହିନ୍ଦୁମାନେ ଅଛନ୍ତି, ଯେଉଁମାନଙ୍କୁ ଇମ୍ରାନ୍‌ ଦୀପାବଳି ଅଭିନନ୍ଦନ ଜଣାଇଛନ୍ତି। ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ବର୍ବର ଅତ୍ୟାଚାର, ବଳପୂର୍ବକ ଧର୍ମ ପରିବର୍ତ୍ତନ, ହିନ୍ଦୁ ମହିଳାଙ୍କୁ ଦୁଷ୍କର୍ମ ଆଦି ସଂପର୍କରେ ସମଗ୍ର ବିଶ୍ବ ଅବଗତ ଅଛି। ଏଭଳି ସ୍ଥିତିରେ ଇମ୍ରାନ୍‌ଙ୍କ ଏଭଳି ନାଟକବାଜି କ’ଣ ପାଇଁ ବୋଲି ସୋସିଆଲ ମିଡିଆରେ ଲୋକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe