ଭାରତ ମାଡ଼ରେ ଥରହର ପାକିସ୍ତାନ; ଇମ୍ରାନଙ୍କୁ ଜେଲରୁ ବାହାର କରିବାକୁ କରାଗଲା ଆବେଦନ

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବାପ‌ରେ ଖାଇବର ପଖତୁନଖଓ୍ବା ମୁଖ୍ୟମନ୍ତ୍ରୀ ଅଲି ଅମିନ ଗଣ୍ଡପୁର ଇସଲାମାବାଦ ହାଇକୋର୍ଟରେ  ଇମ୍ରାନଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଆବେଦନ କରିଛନ୍ତି। 

709-

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ଭାରତର ବି ଏହାର କଡ଼ା ଜବାବ ଦେଉଛି।
ଭାରତର ଶକ୍ତିଶାଳୀ ଆକ୍ରମଣରେ ଭୟଭୀତ ହୋଇ ଏଣିକି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରୁ ବାକହାର କରିବା ପାଇଁ କୋର୍ଟରେ ଆବେଦନ ଦାଖଲ କରାଯାଇଛି। 

ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତହରିକ-ଇ-ଇନସାଫ (ପିଟିଆଇ) ହ୍ବାଟସ ଆପ ଜରିଆରେ ବାର୍ତ୍ତା ଦେଇଛି କି ଦଳର ଖାଇବର ପଖତୁନଖଓ୍ବା ମୁଖ୍ୟମନ୍ତ୍ରୀ ଅଲି ଅମିନ ଗଣ୍ଡପୁର ଇସଲାମାବାଦ ହାଇକୋର୍ଟରେ  ଇମ୍ରାନଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଆବେଦନ କରିଛନ୍ତି। 

ଆବେଦନ ପତ୍ରରେ ଉଲ୍ଲେଖ ଅଛି କି, ଯେଉଁ ଜେଲରେ ଇମ୍ରାନ ଖାନ ବନ୍ଦୀ ଅଛନ୍ତି। ସେଠାରେ ଭାରତ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇପାରେ। ତେଣୁ ସମୟ ଥାଉଥାଉ ଇମ୍ରାନଙ୍କୁ ଜେଲରୁ ବାହାର କରିବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe