ନୋ ଫ୍ଲାଏ ଲିଷ୍ଟ୍‌ରେ ଇମ୍ରାନ ଖାନ୍‌,ବିଦେଶ ଯାତ୍ରା ଉପରେ ଲାଗିଲା ରୋକ

କୋର୍ଟରେ ଆତ୍ମସମର୍ପଣ କଲେ ଇମ୍ରାନ୍ ଗିରଫ ହେବେନି: ବିଚାରପତି

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ‘ନୋ ଫ୍ଲାଏ ଲିଷ୍ଟ୍‌’ରେ ରଖାଯାଇଛି। ଇମ୍ରାନ ଖାନ୍‌, ପତ୍ନୀ ବୁଶରା ବିବି ଏବଂ ତାଙ୍କ ଦଳ ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ)ର ୮୦ ଜଣ ସଦସ୍ୟଙ୍କୁ ନୋ ଫ୍ଲାଏ ଲିଷ୍ଟ୍‌ରେ ରଖାଯାଇଛି। ଇମ୍ରାନଙ୍କ ଦଳ ପିଟିଆଇକୁ ନିଷିଦ୍ଧ କରାଯିବ ବୋଲି ଜଣାପଡ଼ିଥିବା ବେଳେ ଏହା ପୂର୍ବରୁ ଇମ୍ରାନ ଏବଂ ତାଙ୍କ ଦଳର ଅନ୍ୟ ସଦସ୍ୟମାନେ ନୋ ଫ୍ଲାଏ ଲିଷ୍ଟ୍‌ରେ ରହିଛନ୍ତି। ଇମ୍ରାନ ଖାନ୍‌ ଏଣିକୁ ଆଉ ବିମାନ ଯାତ୍ରା କରିପାରିବେନି। ଇତିମଧ୍ୟରେ ଇମ୍ରାନ ଆଜି ଦାବି କରିଛନ୍ତି ଯେ ତାଙ୍କ ଦଳକୁ ଭାଙ୍ଗିଦେବାପାଇଁ‌ ଚେଷ୍ଟା କରାଯାଉଛି। ଇମ୍ରାନ କହିଛନ୍ତି, ବରିଷ୍ଠ ନେତୃବୃନ୍ଦଙ୍କ ସମେତ ୧୦ ହଜାରରୁ ଅଧିକ ପିଟିଆଇ କର୍ମୀ ଏବଂ ସମର୍ଥକ ଜେଲ୍‌ରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe