ଆମେରିକା ପାକିସ୍ତାନକୁ ଭଡା ବନ୍ଧୁକ ଭଳି ବ୍ୟବହାର କରିଥିଲା: ଇମ୍ରାନ ଖାନ

Advertisment
ଫେବ୍ରୁଆରି ୮ରେ ପାକିସ୍ତାନରେ ନିର୍ବାଚନ, ଜେଲରେ ଥିବା ଇମ୍ରାନ ଖାଁଙ୍କ ଉପରେ ନଜର

Image Courtesy of NDTV

ଇସଲାମାବାଦ: ଆମେରିକା ପାକିସ୍ତାନକୁ ଭଡା ବନ୍ଧୁକ ଭଳି ବ୍ୟବହାର କରିଛି | ଏକ ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ବିରୋଧରେ ବିଷ ଓଗାଳିଛନ୍ତି | ସେ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଆମେରିକାର ସଂଗ୍ରାମ ପାକିସ୍ତାନ ପାଇଁ ବିପର୍ଯ୍ୟସ୍ତ ସାବ୍ୟସ୍ତ ହୋଇଛି । ଆଫଗାନିସ୍ତାନରେ ୨୦ ବର୍ଷର ଉପସ୍ଥିତି ସମୟରେ ୱାଶିଂଟନ୍ ଇସଲାମାବାଦକୁ 'ଭଡା ବନ୍ଧୁକ' ଭାବରେ ବ୍ୟବହାର କରିଥିଲା।

ଏକ ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଭଡା ବନ୍ଧୁକ ପରି ଥିଲୁ। ଆଫଗାନିସ୍ତାନରେ ଯୁଦ୍ଧ ଜିତିବାରେ ଆମେ ସେମାନଙ୍କୁ (ଆମେରିକା) ସାହାଯ୍ୟ କରିବୁ ବୋଲି ଆଶା କରାଯାଉଥିଲା। ନିକଟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟି ବ୍ଲିଙ୍କେନ୍ କହିଛନ୍ତି ଯେ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପରେ ଆମେରିକା ପାକିସ୍ତାନ ସହ ସମ୍ପର୍କକୁ ପୁନଃ ସମୀକ୍ଷା କରିବା ଆବଶ୍ୟକ। ତାଲିବାନ ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନ ସହ ପାକିସ୍ତାନର ଘନିଷ୍ଠ ସମ୍ପର୍କ ରହିଛି।

ଏହା ମଧ୍ୟ କୁହାଯାଉଛି ଯେ ଯେତେବେଳେ ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧରେ ଆମେରିକା ଯୁଦ୍ଧ କରୁଥିଲା ସେତେବେଳେ ପାକିସ୍ତାନ ଏହି ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିଲା। ଏ ବାବଦରେ ଅନେକ ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି। ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କୁ ସହାୟତା ତଥା ସୁରକ୍ଷା ଯୋଗାଇଦେବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଇମ୍ରାନ ଖାନ କହିଛନ୍ତି, ଆମେରିକା ଡ୍ରୋନ୍ ସବୁବେଳେ ଆଫଗାନିସ୍ତାନର ସୀମା ନିକଟରେ ପାକିସ୍ତାନ ଉପରେ ନଜର ରଖିଥାଏ। ଯଦି ଆତଙ୍କବାଦୀଙ୍କୁ ପାକିସ୍ତାନ ସୁରକ୍ଷା ଦେଉଥାନ୍ତା, ତେବେ ସେମାନେ(ଆମେରିକା) ନିଶ୍ଚିତ ଭାବେ ଜାଣିଥାନ୍ତେ। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe