ସଂଖ୍ୟାଲଘୁଙ୍କୁ କିଭଳି ବ୍ୟବହାର ହୁଏ ମୋଦୀଙ୍କୁ ଦେଖାଇବୁ: ଇମ୍ରାନ୍‌ ଖାନ୍‌

Advertisment
ସଂଖ୍ୟାଲଘୁଙ୍କୁ କିଭଳି ବ୍ୟବହାର ହୁଏ ମୋଦୀଙ୍କୁ ଦେଖାଇବୁ: ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: ବଲିଉଡ୍‌ ଅଭିନେତା ନସିରୁଦ୍ଦିନ୍‌ ଶାହଙ୍କ ବୟାନ ଏବଂ ଏହାକୁ କେତେକ ସଂଗଠନର ବିରୋଧକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ପାକିସ୍ତାନ ଏହି ମାମଲାରେ ପ୍ରତିକ୍ରିୟା ପ୍ରକାଶ କରିଛି। ସଂଖ୍ୟାଲଘୁ ସମ୍ପ୍ରଦାୟକୁ କିଭଳି ବ୍ୟବହାର କରାଯାଏ, ଆମେ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖାଇବୁ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି। ଲାହୋରରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରକୃତ ନାଗରିକର ମର୍ଯ୍ୟାଦା ମିଳୁନାହିଁ। ନସିରୁଦ୍ଦିନ୍‌ଙ୍କ ମାମଲା ଉଠାଇ ସେ କହିଛନ୍ତି ଯେ ତାଙ୍କୁ ଭାରତରେ ଯେଭଳି ବ୍ୟବହାର କରାଯାଉଛି, ତାହା ଗ୍ରହଣୀୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe