Latestly
ଇସ୍ଲାମାବାଦ: ବହୁ ଚର୍ଚ୍ଚିତ କର୍ତ୍ତାରପୁର କରିଡର ସମେତ କର୍ତ୍ତାରପୁର କମ୍ପ୍ଲେକ୍ସ ଓ ଗୁରୁଦ୍ବାରା ଦର୍ବାର ସାହିବର ଫଟୋକୁ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଛାଡ଼ିଛନ୍ତି। ଆସନ୍ତା ୯ ତାରିଖରେ କର୍ତ୍ତାରପୁର କରିଡରର ଉଦ୍ଘାଟନ ଉତ୍ସବ ପାକିସ୍ତାନରେ ଆୟୋଜିତ ହେବାକୁ ଥିବାବେଳେ ଏହା ପୂର୍ବରୁ କର୍ତ୍ତରପୁରର ଫଟୋକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଛାଡ଼ିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍।
ଏଥିସହ ନିଜ ଟୁଇଟରରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଲେଖିଛନ୍ତି ଯେ ଗୁରୁ ନାନକ୍ ଦେବଙ୍କ ୫୫୦ତମ ଜନ୍ମ ଜୟନ୍ତୀର ଯଥେଷ୍ଟ ପୂର୍ବରୁ ପାକିସ୍ତାନ ପକ୍ଷରୁ କର୍ତ୍ତାରପୁର କରିଡର ନିର୍ମାଣର କାର୍ଯ୍ୟ େଶଷ ହୋଇଯାଇଛି ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି। ଏଥିସହ ଏକ ରେକର୍ଡ ସମୟ ମଧ୍ୟରେ ଏହି କରିଡରର ନିର୍ମାଣ କାର୍ଯ୍ୟକୁ ଶେଷ କରିଥିବାରୁ ପାକ୍ ଅଧିକାରୀମାନଙ୍କୁ ସେ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।
Follow Us