ଇମ୍ରାନଙ୍କୁ ଘାରିଛି ପତ୍ନୀ ଚିନ୍ତା: ଝଗଡା କରି ଘର ଛାଡି ପଳାଇଲେ ତୃତୀୟ ସ୍ତ୍ରୀ

Advertisment
ଇମ୍ରାନଙ୍କୁ ଘାରିଛି ପତ୍ନୀ ଚିନ୍ତା: ଝଗଡା କରି ଘର ଛାଡି ପଳାଇଲେ ତୃତୀୟ ସ୍ତ୍ରୀ

photo-the newsmen.co.in

ଲାହୋର: ପ୍ରେମ ଦିବସର ଅବ୍ୟବହିତ ପୂର୍ବରୁ ସ୍ୱାମୀଙ୍କ ସହ ମନୋମାଳିନ୍ୟ ଯୋଗୁଁ ଘର ଛାଡି ପଳାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ | ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ କିଛି ଏଭଳି ଘଟିଛି | ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ଏବଂ ତାଙ୍କ ତୃତୀୟ ପତ୍ନୀ ବୁଶ୍ରା ବିବି ମାନେକାଙ୍କ ମଧ୍ୟରେ ଝଗଡା ହୋଇଛି। ମାମଲା ଏତେ ଗମ୍ଭୀର ହୋଇଛି ଯେ ବୁଶ୍ରା ବିବି ଇମ୍ରାନ ଖାନଙ୍କ ଇସଲାମାବାଦ ଘର ଛାଡି ଲାହୋର ପଳାଇଛନ୍ତି। ସେ ଲାହୋରରେ ତାଙ୍କ ସାଙ୍ଗ ସାନିଆ ଶାହାଙ୍କ ସହ ଅଛନ୍ତି | ଅନ୍ୟପକ୍ଷରେ ଝଗଡା ପରେ ଇମ୍ରାନ ଏତେ ଖପ୍ପା ହୋଇଯାଇଛନ୍ତି ଯେ ସେ ତାଙ୍କ ଘରର ସମସ୍ତ କର୍ମଚାରୀଙ୍କୁ ବଦଳାଇ ଦେଇଛନ୍ତି। ଇମ୍ରାନ ଖାନଙ୍କ ଘରର ମାଳି, ରୋଷେଇୟା ଏବଂ ଡ୍ରାଇଭରକୁ ମଧ୍ୟ ବଦଳାଇ ଦେଇଛନ୍ତି।

ସୂଚନା ଥାଉ କି ଯେ ଇମ୍ରାନ ଖାନଙ୍କ ପ୍ରଥମ ବିବାହ ଜେମିମା ଗୋଲ୍ଡସ୍ମିଥଙ୍କ ସହିତ ହୋଇଥିଲା | ଉଭୟ ୧୯୯୫ରେ ବିବାହ କରିଥିଲେ | ଏହା ପରେ, ଉଭୟ ୨୦୦୪ରେ ଛାଡପତ୍ର ନେଇଥିଲେ। ଜେମିମାଙ୍କଠାରୁ ୧୧ ବର୍ଷ ଛାଡପତ୍ର ପରେ ଇମ୍ରାନ ଖାନ ରେହମ ଖାନଙ୍କ ସହ ଦ୍ୱିତୀୟ ଥର ବିବାହ କରିଥିଲେ। ତେବେ ବିବିସିର ପୂର୍ବତନ ଟିଭି ଆଙ୍କର୍ ରେହମ୍ ଖାନଙ୍କ ସହ ସମ୍ପର୍କ ଅଧିକ ଦିନ ତିଷ୍ଠିପାରିନଥିଲା | ମାତ୍ର ୮ ମାସ ମଧ୍ୟରେ ଦୁହେଁ ଛାଡପତ୍ର ନେଇଥିଲେ |

ଏହା ପରେ ବୁଶ୍ରା ମାନେକାଙ୍କୁ ଇମ୍ରାନ ଖାନ ବିବାହ କରିଥିଲେ | ଯଦିଓ ଇମ୍ରାନ ଖାନ ପ୍ରଥମେ ମାନେକାଙ୍କ ସହ ସମ୍ପର୍କକୁ ଅସ୍ୱୀକାର କରିଥିଲେ, କିନ୍ତୁ ୨୦୧୮ ମସିହାରେ ସେ ବୁଶ୍ରାଙ୍କୁ ବିବାହ କରିଥିବା ସ୍ୱୀକାର କରିଥିଲେ। ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀଙ୍କ ଘରୁ ପଳାଇବା ଖବର ସୋସିଆଲ ମିଡିଆରେ ପାକିସ୍ତାନର ବହୁ ବରିଷ୍ଠ ସାମ୍ବାଦିକ ମଧ୍ୟ ପୋଷ୍ଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe