୬ ଦିନ ମଧ୍ୟରେ ନିର୍ବାଚନ ଘୋଷଣା ନ ହେଲେ ଇସ୍‌ଲାମାବାଦ ଫେରିବି କହି ପ୍ରତିବାଦ ପ୍ରତ୍ୟାହାର କଲେ ଇମ୍ରାନ୍‌ ଖାଁ

୬ ଦିନ ମଧ୍ୟରେ ନିର୍ବାଚନ ଘୋଷଣା ନ ହେଲେ ଇସ୍‌ଲାମାବାଦ ଫେରିବି କହି ପ୍ରତିବାଦ ପ୍ରତ୍ୟାହାର କଲେ ଇମ୍ରାନ୍‌ ଖାଁ

Image Courtesy of India Today

ଇସ୍‌ଲାମାବାଦ୍‌: ୬ ଦିନ ମଧ୍ୟରେ ନିର୍ବାଚନ ଘୋଷଣା କର ନଚେତ ସମସ୍ତ ଦେଶବାସୀଙ୍କୁ ଧରି ଇସ୍‌ଲାମାବାଦକୁ ଆସିବି ବୋଲି ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ‘ପିଟିଆଇ’ର ଅଧ୍ୟକ୍ଷ ଇସ୍‌ଲାମାବାଦରେ ପ୍ରତିବାଦକାରୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ସରକାରଙ୍କୁ ଚେତାଇ ଦେଇଛନ୍ତି।

ଚଢ଼ାଉ ଓ ଗିରଫଦାରି ସମେତ ‘ପିଟିଆଇ’ର ପଦଯାତ୍ରାକୁ ବାଧା ଦେବା ପାଇଁ ବିଦେଶର ଆମଦାନି କରାଯାଇଥିବା ସରକାର ଉପଯୋଗ କରୁଥିବା କୌଶଳଗୁଡ଼ିକୁ ସେ ତୀବ୍ର ସମାଲୋଚନା କରିବା ସହ ଘଟଣା ପ୍ରତି ଦୃଷ୍ଟି ଦେଇଥିବାରୁ ସୁପ୍ରିମ୍‌ କୋର୍ଟଙ୍କୁ ଧନ୍ୟବାଦ ଦେଇଥିବା କଥା ଗଣମାଧ୍ୟମ ‘ଡନ୍‌’ ରିପୋର୍ଟ କରିଛି।

publive-image Image Courtesy of India Today

ଏପ୍ରିଲ୍‌ ମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିବା ଇମ୍ରାନ୍‌ ଖାଁ ସଦ୍ୟ ନିର୍ବାଚନ ଦାବି କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ଲାଗି ଇସ୍‌ଲାମାବାଦର ‘ଡି-ଚୌକ୍‌’ରେ ଏକତ୍ର ହେବାକୁ ତାଙ୍କ ସମର୍ଥକମାନଙ୍କୁ ଡାକିଥିଲେ।

ଜାତୀୟ ରାଜଧାନୀ ଇସ୍‌ଲାମାବାଦରେ ପ୍ରତିବାଦ ଶୋଭାଯାତ୍ରା ନିମନ୍ତେ ଅନୁମତି ପ୍ରଦାନ କରିବା ଲାଗି ପାକିସ୍ତାନ ସୁପ୍ରିମ୍‌ କ‌ୋର୍ଟ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦେବା ପରେ ଇମ୍ରାନ୍‌ ଖାଁ ପ୍ରତିବାଦ ରାଲି ଆରମ୍ଭ କରିଥିଲେ। ଏହାଛଡ଼ା, ତାଙ୍କୁ ଗିରଫ ନ କରିବା ପାଇଁ ମଧ୍ୟ ସୁପ୍ରିମ୍‌ କୋର୍ଟ ସେମାନଙ୍କୁ ନିର୍ଦେଶ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ସମବେତ ଅସଂଖ୍ୟ ପ୍ରତିବାଦକାରୀମାନେ ବାରିକେଡ୍‌ ଭାଙ୍ଗିବା ଆରମ୍ଭ କରିବା ମାତ୍ରେ ପୁଲିସ ସହିତ ସଂଘର୍ଷ ଆରମ୍ଭ ହୋଇଥିଲା। ସଂଘର୍ଷ ବ୍ୟାପିବା ପରେ ପରେ ‘ଆଜାଦି ପଦଯାତ୍ରା’ କୁହାଯାଉଥିବା ଏହି ପ୍ରତିବାଦରୁ ବିରତ ରହିବା ଲାଗି ପୁଲିସ ବହୁସଂଖ୍ୟକ ‘ପିଟିଆଇ’ କର୍ମୀ ଓ ନେତାମାନଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe