ନୂଆଦିଲ୍ଲୀ: ପାକିସ୍ତାନରେ ଭାରତୀୟ ବାୟୁସେନାର ସଫଳ କାର୍ଯ୍ୟାନୁଷ୍ଠାନରେ ୩୫୦ ଆତଙ୍କବାଦୀ ନିପାତ ହେବା ଏବଂ ଆଜି ପାକ୍ ଯୁଦ୍ଧ ବିମାନ ଏଫ୍-୧୬କୁ ଭାରତ ଗୁଳିକରି ଖସାଇବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ତାଙ୍କ ସ୍ବର ବଦଳାଇଛନ୍ତି। ଆଜି ଭାରତକୁ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇ ଇମ୍ରାନ କହିଛନ୍ତି ଯେ ଏବେ ଯେଉଁଭଳି ଭାବେ ଉତ୍ତେଜନା ବଢ଼ୁଛି ଯଦି ତାହା ଯୁଦ୍ଧର ରୂପ ନିଏ ତା’ହେଲେ ପରିସ୍ଥିତିକୁ ଆଉ ନିୟନ୍ତ୍ରଣ କରିହେବନାହିଁ। ଆକ୍ରମଣ ଆରମ୍ଭ ହେଲେ ମୋ ହାତରେ କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ କିଛି ବି ନିୟନ୍ତ୍ରଣ ରହିବ ନାହିଁ ବୋଲି ସେ କହିଛନ୍ତି। ପୁଲୱାମାରେ ଘଟିଥିବା ଆତ୍ମଘାତୀ ଆକ୍ରମଣର ତଦନ୍ତ ପାଇଁ ପାକିସ୍ତାନ ପ୍ରସ୍ତୁତ ରହିଛି ଏବଂ ଏଥିପାଇଁ ଆମେ ସବୁ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଇମ୍ରାନ କହିଛନ୍ତି। ପାକିସ୍ତାନ ବି ଆତଙ୍କବାଦର ସବୁଠାରୁ ବଡ଼ ଶିକାର ବୋଲି ଦର୍ଶାଇ ସେ କହିଛନ୍ତି ଯେ ପାକିସ୍ତାନ ଗତକାଲି ପାକ୍ ସୀମାରେ ଅତିକ୍ରମଣ କରି କରିଥିବା କାର୍ଯ୍ୟାନୁଷ୍ଠାନରେ କ’ଣ କ୍ଷତି ଘଟିଛି ତାହା ଆମେ ଜାଣିନାହୁ, କିନ୍ତୁ ଆଜି ଆମେ ନିଜ ଶକ୍ତି ଦେଖାଇବାକୁ ଚାହିଥିଲୁ। ଯଦି ଭାରତ ଆମ ଦେଶରେ ପଶିବ ଆମେ ବି ଭାରତରେ ପଶିପାରିବୁ। ଆଜି ଆମେ ଭାରତର ଦୁଇଟି ବିମାନକୁ ଗୁଳି କରି ଖସାଇଛୁ ଏବଂ ପାଇଲଟ୍ଙ୍କୁ ବନ୍ଦୀ କରିଛୁ ବୋଲି ସେ କହିଛନ୍ତି। ବିଶ୍ବ ଯୁଦ୍ଧ ଏବଂ ବିଶ୍ବରେ ସଂଘଟିତ ଅନ୍ୟ ଯୁଦ୍ଧର ଉଦାହରଣ ଦେଇ ଇମ୍ରାନ କହିଛନ୍ତି ଯେ ଉଭୟ ଭାରତ ଏବଂ ପାକିସ୍ତାନ ପାଖରେ ଯେଉଁ ଅସ୍ତ୍ର ରହିଛି, ଯଦି ଯୁଦ୍ଧ ଆରମ୍ଭ ହୁଏ ତା’ହେଲେ କିଛି ବି ନିୟନ୍ତ୍ରଣ କରିହେବ ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us