୧୧ରେ ଶପଥ ନେବେ ଇମ୍ରାନ୍‌

Advertisment
ଶପଥଗ୍ରହଣକୁ ବିଦେଶୀ ନେତାଙ୍କୁ ନିମନ୍ତ୍ରଣ କରିବେ ନାହିଁ ଇମ୍ରାନ, ସିଦ୍ଧୁ ନିରାଶ

ଇସଲାମାବାଦ୍‌: ସଫଳ କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ୍‌ ଖାନ୍‌ ଆସନ୍ତା ଅଗଷ୍ଟ ୧୧ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଇମ୍ରାନ୍‌ଙ୍କ ନେତୃତ୍ୱାଧୀନ ଦଳ ପିଟିଆଇ (ପାକିସ୍ତାନ ତେହରିକ୍‌ -ଏ-ଇନ୍‌ସାଫ୍‌) ଜୁଲାଇ ୨୫ ସାଧାରଣ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ସରକାର ଗଢ଼ିବା ପାଇଁ ଦଳ ପାଖରେ ଆବଶ୍ୟକ ସଂଖ୍ୟା ନଥିଲା। ତେବେ ପିଟିଆଇ ଏବେ ଅନ୍ୟ କ୍ଷୁଦ୍ର ଓ ସ୍ୱାଧୀନ ଦଳର ସମର୍ଥନରେ ସରକାର ଗଢ଼ିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଚଳିତ ନିର୍ବାଚନରେ ଇମ୍ରାନ୍‌ଙ୍କ ଦଳ ପିଟିଆଇ୧୧୬ଟି ଆସନରେ ଜିତି ଏକକ ବଡ଼ ଦଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe