୧୫ ଘଣ୍ଟା ଆଲୋଚନା ସମୟରେ ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ପାଇଁ ପୁଣି ଚୀନ୍‌କୁ କହିଲା ଭାରତ

Advertisment
ଚୀନ ବିପଦର ସମ୍ମୁଖୀନ ହେବାକୁ ଜରୁରୀକାଳୀନ ଭିତ୍ତିରେ ଅସ୍ତ୍ରଶସ୍ତ୍ର ମହଜୁଦ କରୁଛି ଭାରତୀୟ ସେନା

Image Courtesy of The Times of India

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଥିବା ସମସ୍ତ ବିବାଦସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ନିମନ୍ତେ ରବିବାର ଦିନ ଭାରତ ପୁଣି ଥରେ ଚୀନ୍‌କୁ କହିଛି।
ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଲାଗି ରହିଥିବା ବିବାଦ ସମାଧାନ ନିମନ୍ତେ ରବିବାର ଦିନ ଅନୁଷ୍ଠିତ ନବମ ପର୍ଯ୍ୟାୟ ଆଲୋଚନା ଦୀର୍ଘ ୧୫ ଘଣ୍ଟା ଧରି ଚାଲିଥିବା ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ ସୋମବାର ଦିନ କହିଛନ୍ତି।

ବାସ୍ତବ ନିୟନ୍ତ୍ରଣ ରେଖାର ଚୀନ୍‌ ପଟରେ ଅବସ୍ଥିତ ମୋଲ୍‌ଦୋରେ ଭାରତୀୟ ସେନା ଏବଂ ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ମଧ୍ୟରେ ଅନୁଷ୍ଠିତ କର୍ପସ୍‌ କମାଣ୍ଡର୍‌ସ୍ତରୀୟ ଆଲୋଚନା ରବିବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇ ରାତି ୨.୩୦ରେ ଶେଷ ହୋଇଥିଲା।

publive-image Image Courtesy of The Hindu

କିନ୍ତୁ, କ୍ଷେତ୍ରବିଶେଷରେ ପରିସ୍ଥିତି ଅଗଷ୍ଟ-ସେପ୍ଟେମ୍ବର ମାସରେ ଯାହା ଥିଲା, ଏବେ ମଧ୍ୟ ସେହିପରି ରହିଛି। (ସେ ସମୟରେ ଭାରତୀୟ ସେନା ପାଙ୍ଗୋଙ୍ଗ୍‌ ହ୍ରଦର ଦକ୍ଷିଣ ତଟରେ ଥିବା ପ୍ରମୁଖ ଶୃଙ୍ଗଗୁଡ଼ିକୁ ଅକ୍ତିଆର କରି ନେଇଥିଲା।) କେବଳ ସାମରିକସ୍ତରୀୟ ଆଲୋଚନା ଫଳପ୍ରସୁଃ ହେବ ବୋଲି ଜଣାପଡୁନାହିଁ। ଏଥିସହ କୂଟନୈତିକସ୍ତରୀୟ ଆଲୋଚନା ମଧ୍ୟ ଚାଲିବା ଆବଶ୍ୟକ ବୋଲି ଅଧିକାରୀମାନେ କହିଛନ୍ତି।

ଅକ୍ତିଆର କରିଥିବା କୌଣସି ସ୍ଥାନ ଛାଡ଼ିବାକୁ ଦୁଇ ପକ୍ଷ ରାଜି ହେଉନାହାନ୍ତି। ଏହି ବିବାଦ ଅଳ୍ପକେ ତୁଟିବା ଭଳି ଜଣାପଡୁନାହିଁ। କିନ୍ତୁ, ଯୋଗସୂତ୍ରରୁ ବିରତ ନ ହେବା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆଲୋଚନା ଚାଲୁ ରହିବ ବୋଲି ସେମାନଙ୍କ ମଧ୍ୟରୁ ଜଣେ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୬ ତାରିଖରେ ଭାରତ ଓ ଚୀନ୍‌ର ବରିଷ୍ଠ କମାଣ୍ଡର୍‌ମାନଙ୍କ ମଧ୍ୟରେ ଅନୁଷ୍ଠିତ ଅଷ୍ଟମ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନା ମଧ୍ୟ ଅମୀମାଂସିତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe