୨୦୧୮ ଜନରାଜ୍ୟ ଦିବସରେ ଆସିଆନ ନେତାଗଣ ମୁଖ୍ୟ ଅତିଥି ହେବେ

Advertisment
୨୦୧୮ ଜନରାଜ୍ୟ ଦିବସରେ ଆସିଆନ ନେତାଗଣ ମୁଖ୍ୟ ଅତିଥି ହେବେ

ମାନିଲା : ୨୦୧୮ ଜନରାଜ୍ୟ ଦିବସରେ ଆସିଆନର ୧୦ଟି ରାଷ୍ଟ୍ର ନେତା ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଆସିଆନ୍‌ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଏବଂ ଭାରତ ସମସ୍ତ ଆସିଆନ୍‌ ନେତାଙ୍କୁ ହୃଦୟର ସହ ସ୍ୱାଗତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚୀନ୍‌ର ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁଁ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ନେଇ ଉଦ୍‌୍‌ବେଗ ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଆସିଆନ୍‌ ନେତାଙ୍କୁ ଜନରାଜ୍ୟ ଦିବସକୁ ଆକ୍ରମଣ କରି ଏକ କୂଟନୈତିକ ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛନ୍ତି। ଆସିଆନ ନେତାଙ୍କୁ ସ୍ୱାଗତ କରିବାକୁ ଆମେ ଉତ୍ସାହର ସହ ଅପେକ୍ଷା କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସିଆନ୍‌ ରାଷ୍ଟ୍ର ଗୋଷ୍ଠୀରେ ଥିବା ସଦସ୍ୟ ରାଷ୍ଟ୍ରମାନେ ହେଲେ ଭିଏତନାମ, ଫିଲିପାଇନ୍‌୍‌ସ, ଲାଓସ୍‌, କାମ୍ବୋଡିଆ, ମ୍ୟାମାର, ସିଙ୍ଗାପୁର, ବ୍ରୁନେଇ, ମାଲେସିଆ, ଥାଇଲାଣ୍ଡ ଏବଂ ଇଣ୍ଡୋସେନିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe