୨୦୨୦ରେ ବିଶ୍ବରେ ୨୭୪ ସାମ୍ବାଦିକ ଗିରଫ

Advertisment
୬ ବର୍ଷର ଶିଶୁ ଅପହରଣ ଘଟଣା : ମହିଳା ଗିରଫ, ଶିଶୁପୁତ୍ର ଉଦ୍ଧାର

enworld.org

ନୂଆଦିଲ୍ଲୀ: ୨୦୨୦ ମସିହା ଶେଷ ହେବାକୁ ବସିଛି। ତେବେ ବର୍ଷ ଆରମ୍ଭରୁ ଚଳିତମାସ ୧ ତାରିଖ ମଧ୍ୟରେ ବିଶ୍ବରେ ରେକର୍ଡ ୨୭୪ ଜଣ ସାମ୍ବାଦିକ ଗିରଫ ହୋଇଛନ୍ତି। ଗିରଫ ସାମ୍ବାଦିକମାନେ ଖବରକାଗଜ ଠାରୁ ଆରମ୍ଭ କରି ରେଡିଓ, ଟେଲିଭିଜନ ଏବଂ ଡିଜିଟାଲ ମିଡିଆରେ କାର୍ଯ୍ୟ କରୁଥିଲେ। ସାମ୍ବାଦିକତା ପାଇଁ ଏମାନେ ଜେଲ୍ ଯାଇଛନ୍ତି। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ କମିଟି ବା ସିପିଜେ ପକ୍ଷରୁ କରାଯାଇଥିବାରୁ ସର୍ଭେରୁ ଏହା ଜଣାପଡ଼ିଛି। ୬୭ ପ୍ରତିଶତ ସାମ୍ବାଦିକ ଦେଶ ବିରୋଧୀ ଅପରାଧ ଯଥା ନିଷିଦ୍ଧ ଗୋଷ୍ଠୀ ବା ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ଥିବା ପାଇଁ ଗିରଫ ହୋଇଥିବା‌ବେଳେ ୧୨ ପ୍ରତିଶତ ସାମ୍ବାଦିକ ମିଥ୍ୟା ଖବର ପ୍ରସାର ଏବଂ ୧୨ ପ୍ରତିଶତ ସାମ୍ବାଦିକ ପ୍ରତିଶୋଧମୂଳକ ଅଭିଯୋଗରେ ଗିରଫ ହୋଇଛନ୍ତି। ତେବେ ୧୯ ପ୍ରତିଶତଙ୍କ ବିରୋଧରେ ଅଭିଯୋଗ କ’ଣ ରହିଛି ତାହା ପ୍ରକାଶ କରାଯାଇ ନାହିଁ। ପ୍ରାୟ ସବୁ ସାମ୍ବାଦିକ କରୋନା ମହାମାରୀ କିମ୍ବା ରାଜନୈତିକ ଅସ୍ଥିରତା ଖବର ରିପୋର୍ଟିଂ ପାଇଁ ଜେଲ୍ ଯାଇଛନ୍ତି। ଏପରିକି ହେପାଜତରେ ଥିବାବେଳେ ୨ ଜଣ ସାମ୍ବାଦିକ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe