୮୦ ଦିନରେ ୟୁକ୍ରେନ୍‌ ଯୁଦ୍ଧ, ଶାନ୍ତିର ସଙ୍କେତ ନାହିଁ: ଖାରକିଭରେ ରୁଷ୍‌ର ବିମାନ ଆକ୍ରମଣ ଜାରି

ଖେରସନ୍‌ରେ ପହଞ୍ଚିଲେ ରୁଷ୍‌ର ବରିଷ୍ଠ ସାଂସଦ

୮୦ ଦିନରେ ୟୁକ୍ରେନ୍‌ ଯୁଦ୍ଧ, ଶାନ୍ତିର ସଙ୍କେତ ନାହିଁ: ଖାରକିଭରେ ରୁଷ୍‌ର ବିମାନ ଆକ୍ରମଣ ଜାରି

Financial Times

କିବ୍‌: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଥମିବାର ନାଁ ନେଉନି। ଯୁଦ୍ଧ ୮୦ ଦିନରେ ପହଞ୍ଚିଥିଲେ ମଧ୍ୟ ଶାନ୍ତିର କୌଣସି ସଙ୍କେତ ମିଳିନି। ଯୁଦ୍ଧ ଦ୍ବାରା ଶତାଧିକ ସାଧାରଣ ଜନବସତି ମାଟିରେ ମିଶି ଯାଇଛି। ହଜାର ହଜାର ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ୬୦ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ି ପଳାଇଛନ୍ତି। ଯୁଦ୍ଧ ବନ୍ଦ ପାଇଁ ସମଗ୍ର ବିଶ୍ବର ଚାପ ସତ୍ତ୍ବେ ରୁଷ୍‌ ଅଟକିନାହିଁ ଏବଂ ଆଗକୁ ଏହା ଆହୁରି ଲମ୍ବିବ ବୋଲି ସଙ୍କେତ ମିଳୁଛି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ସୋୟିଗୁ ଏବଂ ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ ଯୁଦ୍ଧ ଆରମ୍ଭ ପରଠାରୁ ପ୍ରଥମ ଥର ପାଇଁ ଗତକାଲି କଥାବାର୍ତ୍ତା କରିଛନ୍ତି। କିନ୍ତୁ ଏଥିରୁ କୌଣସି ସୁଫଳ ମିଳିନାହିଁ।

ଖାରକିଭରେ ରୁଷ୍‌ ଆଜି ଏକ ଅସ୍ତ୍ର ଡିପୋ ଉପରେ ବିମାନ ଆକ୍ରମଣ କରିଛି। ମାରିୟୁପୋଲ୍‌ର ଆଜବଷ୍ଟଲ୍‌ ଷ୍ଟିଲ ପ୍ଲାଣ୍ଟ୍‌ ଉପରେ ମଧ୍ୟ ରୁଷ୍‌ ବିମାନ ଆକ୍ରମଣ ଜାରି ରଖିଛି। ଅ‌ନ୍ୟପକ୍ଷେ ଆଜବଷ୍ଟଲ୍‌ରୁ ଆହତ ସୈନିକଙ୍କୁ ଉଦ୍ଧାର କରିବାପାଇଁ ୟୁକ୍ରେନ୍‌ ଆଜି ଅନୁରୋଧ କରିଛି। ଆହତ ସୈନିକଙ୍କ ଉଦ୍ଧାର ପ୍ରକ୍ରିୟାରେ ସହଯୋଗ କରିବାପାଇଁ ସେମାନଙ୍କ ପରିବାର ସଦସ୍ୟ ଆଜି ଚୀନ୍‌ ରାଷ୍ଟ୍ରପତିଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ଇତି ମଧ୍ୟରେ ରୁଷ୍‌ର ଜଣେ ବରିଷ୍ଠ ସାଂସଦ ଆଜି ଖେରସନ୍‌ ଗସ୍ତ କରିଛନ୍ତି।‌ ଖେରସନ୍‌ରେ ରୁଷ୍‌ ଶାସନ ଆରମ୍ଭ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଅଞ୍ଚଳ ଭାବେ ଖେରସନ୍‌କୁ ରୁଷ୍‌ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛି। ଇତି ମଧ୍ୟରେ ରୁଷ୍‌ ଫିନଲାଣ୍ଡ୍‌କୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe