ତା‌ଲିବାନ ମନ୍ତ୍ରୀଙ୍କ ସହ ବାର୍ତ୍ତାଳପ କରି ଧନ୍ୟବାଦ ଜଣାଇଲେ ଜୟଶଙ୍କର

Advertisment

ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସହିତ ପ୍ରଥମ ଥର ପାଇଁ ଆଲୋଚନା କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ପାଇଁ ମୁତାକିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୟଶଙ୍କର। 

ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସହିତ ପ୍ରଥମ ଥର ପାଇଁ ଆଲୋଚନା କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ପାଇଁ ମୁତାକିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୟଶଙ୍କର। 

Newjhaisanar Project

ନୂଆଦିଲ୍ଲୀ: ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସହିତ ପ୍ରଥମ ଥର ପାଇଁ ଆଲୋଚନା କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ପାଇଁ ମୁତାକିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୟଶଙ୍କର। 

ଗୁରୁବାର ଦିନ ଏକ ଟେଲିଫୋନ୍ ବାର୍ତ୍ତାଳାପରେ, ଜୟଶଙ୍କର ଆଫଗାନ ଲୋକଙ୍କ ସହିତ ଭାରତର ପାରମ୍ପରିକ ବନ୍ଧୁତାକୁ ମଧ୍ୟ ମନେ ପକାଇ ଦେଇଥିଲେ।  ସେମାନଙ୍କ ଆବଶ୍ୟକତା ବେଳେ ଭାରତର ନିରନ୍ତର ସମର୍ଥନକୁ ବି ଦୋହରାଇଥିଲେ।

"ମିଥ୍ୟା ଏବଂ ଭିତ୍ତିହୀନ ରିପୋର୍ଟ ମାଧ୍ୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିବାର ସାମ୍ପ୍ରତିକ ପ୍ରୟାସକୁ ମୁତାକି ଦୃଢ଼ ପ୍ରତ୍ୟାଖ୍ୟାନକୁ ସ୍ୱାଗତ କରୁଛୁ’’ ବୋଲି ଜୟଶଙ୍କର କହିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମର ଏକ ଅଂଶରେ ପ୍ରକାଶିତ ଏକ ରିପୋର୍ଟକୁ ସିଧାସଳଖ ଉଲ୍ଲେଖ ନକରି ଜୟଶଙ୍କର ଏପରି କହିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ ଭାରତ ପହଲଗାମରେ "ମିଥ୍ୟା ପତାକା" ଅଭିଯାନ କରିବା ପାଇଁ ତାଲିବାନକୁ "ନିଯୁକ୍ତ" କରିଛି।

ଏପଟେ ବିଶେଷଜ୍ଞମାନେ କହୁଛନ୍ତି ଯେ ଭାରତୀୟ ସେନା ଦେଖାଇଥିବା ବୀରତ୍ୱ ପଛରେ ଇସ୍ରାଏଲର ମଧ୍ୟ ହାତ ଅଛି। ଏହି ସମୟରେ, ଭାରତର ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଏବଂ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ମେଜର ଜେନେରାଲ (ଅବସରପ୍ରାପ୍ତ) ଆମିର ବାରାମଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସଚିବ ଇସ୍ରାଏଲକୁ ଧନ୍ୟବାଦ ଜଣାଇଥିଲେ ଏବଂ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିବା ବିଷୟରେ କହିଥିଲେ। ଏହା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe