ଜଳ ସଂରକ୍ଷଣ ପାଇଁ ପୁଣେ ନେଲା ଏଭଳି ପଦକ୍ଷେପ,ଏବେ ହୋଟେଲ ଏବଂ ରେସ୍ତୋରାଁରେ ଲୋକମାନଙ୍କୁ ଦିଆଯିବ ଅଧା ଗ୍ଲାସ ପାଣି

Advertisment
ଜଳ ସଂରକ୍ଷଣ ପାଇଁ ପୁଣେ ନେଲା ଏଭଳି ପଦକ୍ଷେପ,ଏବେ ହୋଟେଲ ଏବଂ ରେସ୍ତୋରାଁରେ ଲୋକମାନଙ୍କୁ ଦିଆଯିବ ଅଧା ଗ୍ଲାସ ପାଣି

indiatimes.com

ପୁଣେ : ଜଳ ସଂରକ୍ଷଣ ପାଇଁ ଏବେ ପୁଣେ ଏକ ଅଭିନବ ଉପାୟ ଆପଣାଇଥିବା ଜଣାପଡ଼ିଛି । ହୋଟେଲ ଏବଂ ରେସ୍ତୋରାଁରେ ଲୋକମାନଙ୍କୁ ଗ୍ଲାସରେ ପାଣି ଭରି ଦିଆଯାଉଥିବା ବେଳେ ଏବେ ପୁଣେରେ ଅଧାଗ୍ଲାସ ପାଣି ଦିଆଯିବ ବୋଲି ଜଣାପଡ଼ିଛି । ଗ୍ଲାସରେ ପାଣି ଦିଆଯାଉଥିବା ବେଳେ ଲୋକମାନେ ଅଧା ପାଣି ପିଇ ଅଧା ପାଣି ଫିଙ୍ଗି ଦେଇଥାନ୍ତି ।

publive-image indiatimes.com

ଯାହାକୁ ଦୃଷ୍ଟିରେ ରଖି ପାଣିକୁ ନଷ୍ଟ ହେବାରୁ ରୋକିବା ପାଇଁ ପୁଣେ ରେସ୍ତୋରାଁ ଏବଂ ହୋଟେଲିୟର ଆସୋସିଏସନ୍‌ ତରଫରୁ ଏଭଳି ଭିନ୍ନ ପଦକ୍ଷେପ ନିଆଯାଇଛି । ଏ ନେଇ ପୁଣେରେ ଥିବା ସମସ୍ତ ହୋଟେଲ ଏବଂ ରେସ୍ତୋରାଁକୁ ଥିମ୍‌ କାର୍ଡ଼ ଦିଆଯିବ । ଯାହା ଦ୍ୱାରା ଜର ସଂରକ୍ଷଣର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ । ଏକ ରେସ୍ତୋରାଁର ମୁଖ୍ୟଙ୍କ କହିବା ଅନୁଯାୟୀ,କେବଳ ପିଇବା ପାଣି ନୁହେଁ,ଶୌଚାଳୟରେ ମଧ୍ୟ ଅଯଥା ପାଣିକୁ ବ୍ୟବହାର କରାଯାଉଥିବା ଦେଖି ସବୁ ରେସ୍ତୋରାଁରେ ସ୍ମାର୍ଟ ନଳ ଲଗାଯାଇଛି । ଯେଉଁଥିରେ ସେନ୍‌ସରର ବ୍ୟବସ୍ଥା ରହିଛି । ଯାହା ଆପେ ଆପେ ଲୋକଙ୍କ ଦରକାର ଅନୁଯାୟୀ ହିଁ ପାଣି ଯୋଗାଇବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe