Image Courtesy of Hindustan Times
କୋଚି: ଭାରତୀୟ ନୌସେନା ହେଲିକପ୍ଟର୍ରେ ‘ଅବ୍ଜର୍ଭର୍’ ବା ‘ଏୟାର୍ବୋର୍ଣ୍ଣ ଟ୍ୟାକ୍ଟିସିଆନ୍’ ଭାବେ ଯୋଗ ଦେବାକୁ ପ୍ରଥମ ଥର ପାଇଁ ଦୁଇଜଣ ମହିଳା ଅଧିକାରୀଙ୍କୁ ମନୋନୀତ କରାଯାଇଛି। ଏହା ଫଳରେ ଫ୍ରଣ୍ଟ୍ଲାଇନ୍ ଯୁଦ୍ଧପୋତମାନଙ୍କରେ ମହିଳାମାନଙ୍କୁ ନିଯୁକ୍ତି ମିଳିବାର ପଥ ପ୍ରସ୍ତୁତ ହୋଇପାରିଛି।
ଯୁଦ୍ଧପୋତର ଡେକ୍ ଉପରୁ ହେଲିକପ୍ଟର୍ ଚଳାଇବାକୁ ଥିବା ଭାରତର ପ୍ରଥମ ମହିଳା ‘ଏୟାର୍ବୋର୍ଣ୍ଣ ଟ୍ୟାକ୍ଟିସିଆନ୍’ ଦୁହେଁ ହେଉଛନ୍ତି ସବ୍ ଲେଫ୍ଟନାଣ୍ଟ୍ କୁମୁଦିନୀ ତ୍ୟାଗୀ ଏବଂ ସବ୍ ଲେଫ୍ଟନାଣ୍ଟ୍ ରୀତି ସିଂହ।
ପୂର୍ବେ ଉଡ଼ାଣ ଆରମ୍ଭ କରି ବେଳାଭୂମିରେ ଅବତରଣ କରୁଥିବା ‘ଫିକ୍ସଡ୍ ଉଇଙ୍ଗ୍’ ବିମାନ ଚଳାଇବାକୁ ମହିଳାମାନଙ୍କୁ ବାରଣ କରାଯାଇଥିଲା।
Image Courtesy of Zee Newsଏକ ପ୍ରତିରକ୍ଷା ବିବୃତିରେ ଉଲ୍ଲେଖ ଅଛି ଯେ, ଆଜି ‘ଆଇଏନ୍ଏସ୍ ଗରୁଡ଼’ରେ ଅନୁଷ୍ଠିତ ଉତ୍ସବରେ ‘ଅବ୍ଜର୍ଭର୍’ ଭାବେ ସ୍ନାତକ ହାସଲକାରୀଙ୍କୁ ‘ଉଇଙ୍ଗ୍’ ସମ୍ମାନ ପ୍ରଦାନ କରାଯାଇଥିବା ଭାରତୀୟ ତଟ ରକ୍ଷୀର ଚାରି ମହିଳା ଅଧିକାରୀ ଏବଂ ତିନି ଅଧିକାରୀଙ୍କ ସମେତ ନୌସେନାର ୧୭ଜଣିଆ ଅଧିକାରୀ ଦଳର ଅଂଶବିଶେଷ ହେଉଛନ୍ତି ଏ ଦୁଇ ମହିଳା ଅଧିକାରୀ।
ରେଗୁଲାର୍ ବ୍ୟାଚ୍ର ୧୩ଜଣ ଅଧିକାରୀ ଏବଂ ସର୍ଟ ସର୍ଭିସ୍ କମିସନ୍ ବ୍ୟାଚ୍ର ଚାରିଜଣ ମହିଳା ଅଧିକାରୀଙ୍କୁ ନେଇ ଏହି ଦଳ ଗଠିତ। ଆଜିର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଟେନିଙ୍ଗ୍ର ଚିଫ୍ ଷ୍ଟାଫ୍ ଅଫିସର୍ ରିୟର୍ ଆଡ୍ମିରାଲ୍ ଆଣ୍ଟୋନି ଜର୍ଜ।
Follow Us