ପୁରୁଷ ଅଭିଭାବକଙ୍କ ବିନା ପ୍ରଥମ ଥର ପାଇଁ ହଜ୍‌ ଯାତ୍ରା କରିବେ ୩୨ ମହିଳା

ପୁରୁଷ ଅଭିଭାବକଙ୍କ ବିନା ପ୍ରଥମ ଥର ପାଇଁ ହଜ୍‌ ଯାତ୍ରା କରିବେ ୩୨ ମହିଳା

Image Courtesy of Zee News

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ୩୨ ଜଣ ମୁସଲମାନ ମହିଳା ବିନା କୌଣସି ପୁରୁଷ ଅଭିଭାବକ କିଂବା ଆତ୍ମୀୟଙ୍କ ସହ ହଜ୍‌ ଯାତ୍ରା କରିବାକୁ ପ୍ରସ୍ତୁତି କରିଛନ୍ତି।

ଏହି ୩୨ ଜଣ ମହିଳାଙ୍କ ମଧ୍ୟରୁ ୧୨ ଜଣ ଲକ୍ଷ୍ନୌ, ୧୨ ଜଣ କାନପୁର, ୪ ଜଣ ଆମେଥି ଏବଂ ୪ ଜଣ ଗୋଣ୍ଡାରୁ ଆସିଛନ୍ତି।
ପୂର୍ବରୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ କହିଥିଲା କି, ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ମହିଳାମାନଙ୍କୁ ‘ମହରମ୍‌’ ବା ପୁରୁଷ ଅଭିଭାବକଙ୍କ ବିନା ତୀର୍ଥ ଯାତ୍ରାରେ ଯିବାକୁ ଅନୁମତି ମିଳିବ।

୨୦୧୭ ମସିହା ଡିସେମ୍ବର ୩୧ ତାରିଖ ଦିନ ଗତ ବର୍ଷର ଶେଷ ‘ମନ୍‌କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କହିଥିଲେ ଯେ ପୁରୁଷ ଅଭିଭାବକ କିଂବା ଆତ୍ମୀୟଙ୍କ ସହ ମହିଳାମାନେ ହଜ୍‌ ଯାତ୍ରା କରିବା ପାଇଁ ଥିବା କଟକଣାକୁ ସରକାର ଉଠାଇ ଦେଇଛନ୍ତି। ଶହ ଶହ ମହିଳା ଏକା ଏକା ହଜ୍‌ ଯାତ୍ରା କରିବାକୁ ଆବେଦନ କରିବା ଫଳରେ ଏହି ନିଷ୍ପତ୍ତି ନିଆ ଯାଇଛି ବୋଲି ମୋଦି କହିଥିଲେ।

୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କୁ ଏକା ଏକା ହଜ୍‌ ଯାତ୍ରାରେ ଯିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେବାରୁ ମୁସଲମାନ ମୌଲବୀ ଅସନ୍ତୁଷ୍ଟ ହୋଇଥିଲେ।

ଜମିଆତ୍‌ ଉଲମାର ସେକ୍ରେଟାରି କହନ୍ତି: ଯଦି ସମାନତା ଚାହୁଁଛ, ତେବେ ପୁରୁଷ ଏବଂ ମହିଳାମାନେ ଉଭୟ କାହିଁକି ସାଢ଼େ ଚାରି ମାସ ଲେଖାଏଁ ଗର୍ଭଧାରଣ କରୁ ନାହାନ୍ତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe