Image: Zee News
ନୂଆଦିଲ୍ଲୀ: ଛତିଶଗଡ଼ର ବସ୍ତର ଓ ଦାନ୍ତେଓ୍ଵାଡ଼ାର ନକ୍ସଲ୍ ଅଧ୍ୟୁଷିତ ଅଞ୍ଚଳରେ ‘ଦାନ୍ତେଶ୍ୱରୀ ଫାଇଟର୍ସ’ ନାମକ ଏକ ୩୦ ଜିଣିଆ ନକ୍ସଲ୍-ବିରୋଧୀ କମାଣ୍ଡୋ ୟୁନିଟ୍ ମୁତୟନ କରାଯାଇଛି। ଏହି ୟୁନିଟ୍ର ୩୦ ଜଣଯାକ ସଦସ୍ୟ କେବଳ ମହିଳା।
ନିକଟ ଅତୀତରେ ଛତିଶଗଡ଼ ପୁଲିସ ପ୍ରଥମ କରି ‘ଡିଷ୍ଟ୍ରିକ୍ଟ୍ ରିଜର୍ଭ ଗାର୍ଡ’ର ଫ୍ରଣ୍ଟ୍ଲାଇନ୍ ନକ୍ସଲ୍ ବିରୋଧୀ ବଳରେ ମଧ୍ୟ ମହିଳା କମାଣ୍ଡୋମାନଙ୍କୁ ମୁତୟନ କରିଛି। ଏହି ଟିମ୍ରେ ଡିଏସ୍ପି ଦିନେଶ୍ୱରୀ ନନ୍ଦଙ୍କ ନେତୃତ୍ୱରେ ୩୦ ଜଣ ମହିଳା ଅଛନ୍ତି।
ଉଭୟ ଦାନ୍ତେଶ୍ୱରୀ ଫାଇଟର୍ସ ଏବଂ ପୁଲିସ କର୍ମଚାରୀଙ୍କ ଟିମ୍ ଜଙ୍ଗଲ ଲଢ଼େଇ ପାଇଁ ବ୍ୟାପକ ତାଲିମ ପାଇଛନ୍ତି।
ବର୍ଷେ ତଳେ ନକ୍ସଲ୍ମାନଙ୍କୁ ମୁକାବିଲା କରିବାକୁ ବସ୍ତରରେ ସିଆର୍ଏଫ୍ ଯୁବାମାନଙ୍କୁ ସାମିଲ୍ କରି ଏକ ଭିନ୍ନ ଟିମ୍ ଗଠନ କରିଥିଲେ। ସେମାନଙ୍କୁ କୁହାଯାଉଥିଲା ‘ବସ୍ତରିଆ ବାଟାଲିୟାନ୍’ ଏଥିରେ କେତେକ ଯୁବକ ଓ ଯୁବତୀ ସାମିଲ ହୋଇଥିଲେ। ସେମାନଙ୍କର ତାଲିମ ସରିଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ‘ଦାନ୍ତେଶ୍ୱରୀ ଫାଇଟର୍ସ’ର ୩୦ ଜଣଯାକ ମହିଳା ବସ୍ତର ବାଟାଲିୟାନ୍ ଟିମ୍ରୁ ଚୟନ କରାଯାଇଛନ୍ତି।
Follow Us