Image Courtesy of Hindustan Times
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୈନିତାଲ୍ ଏବଂ ପୌରି ଘରୱାଲ୍ ଜିଲ୍ଲା ଅନ୍ତର୍ଗତ ‘କର୍ବେଟ୍ ଟାଇଗର୍ ରିଜର୍ଭ’ର (ସିଟିଆର୍) ଇତିହାସରେ ପ୍ରଥମ ଥର ଲାଗି ମହିଳା ‘ନେଚର୍ ଗାଇଡ୍’ ରହିବେ ବୋଲି ବନ ଅଧିକାରୀମାନେ କହିଛନ୍ତି।
ବୁଧବାର ଦିନ କର୍ବେଟ୍ ପ୍ରଶାସନ ‘ଗାଇଡ୍ ରିକ୍ରୁଇଟ୍ମେଣ୍ଟ୍ ଟେଷ୍ଟ୍’ କରାଇ ସାତଜଣ ମହିଳାଙ୍କୁ ମନୋନୀତ କରିଥିବା କଥା ‘ସିଟିଆର୍’ର ଅଧିକାରୀମାନେ କହିଛନ୍ତି। ଏହି ମନୋନୀତ ମହିଳାମାନଙ୍କୁ ଗାଇଡ୍ ଭାବେ ପଞ୍ଜିକୃତ କରାଯିବ। ତାଲିମ୍ ଓ ପ୍ରଶିକ୍ଷଣ ଦିଆଯିବା ପରେ ସେମାନଙ୍କୁ ଦାୟିତ୍ବ ଅର୍ପଣ କରାଯିବ।
Image Courtesy of The Times of Indiaରାମନଗର ଠାରେ ଅନୁଷ୍ଠିତ ଏହି ‘ଗାଇଡ୍ ରିକ୍ରୁଇଟ୍ମେଣ୍ଟ୍ ଟେଷ୍ଟ୍’ରେ ୪୮୮ ଜଣ ପରୀକ୍ଷା ଦେଇଥିବା କଥା ‘ସିଟିଆର୍’ ଅଧିକାରୀମାନେ କହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୨ ଥିଲେ ମହିଳା। ସାତଜଣ ମହିଳାଙ୍କ ସମେତ ଏହି ପରୀକ୍ଷାରେ ସମୁଦାୟ ୬୭ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।
‘ସିଟିଆର୍’ର ନିର୍ଦେଶକ ରାହୁଲ୍ କହନ୍ତି, ‘ନଚେର୍ ଗାଇଡ୍’ ହେବା ଲାଗି ପ୍ରଥମ ଥର ଲାଗି ମହିଳାମାନେ ସୁଯୋଗ ପାଇଛନ୍ତି। ଏପର୍ଯ୍ୟନ୍ତ ଏହି କ୍ଷେତ୍ରରେ ପୁରୁଷମାନଙ୍କର ଆଧିପତ୍ୟ ଥିଲା। ‘ସିଟିଆର୍’ ଅଞ୍ଚଳରେ ବସବାସ କରୁଥିବା ଗ୍ରାମୀଣ ମହିଳାଙ୍କ ରୋଜଗାର ଲାଗି ଏଭଳି ବିଚାର କରାଯାଇଛି।
Follow Us