ଏଥର ଦୀପାବଳିରେ ନାଏଗ୍ରା ଜଳପ୍ରପାତରେ ଫୁଟିବ ଆତସବାଜି

Advertisment
ଏଥର ଦୀପାବଳିରେ ନାଏଗ୍ରା ଜଳପ୍ରପାତରେ ଫୁଟିବ ଆତସବାଜି

ଟରୋଣ୍ଟୋ: ଏଥର ଆଲୋକର ପର୍ବ ଦୀପାବଳିରେ ପ୍ରଥମ ଥର ଲାଗି କାନାଡାର ପ୍ରସିଦ୍ଧ ନାଏଗ୍ରା ପ୍ରପାତରେ ଫୁଟିବ ଆତସବାଜି।
ବିଶ୍ୱସ୍ତରୀୟ ଏହି ପର୍ଯ୍ୟଟନସ୍ଥଳୀରେ ପ୍ରଥମ ଥର ଲାଗି ଦୀପାବଳି ଉତ୍ସବ ନାଏଗ୍ରା ପାର୍କସ୍‌ କମିସନ୍‌ଙ୍କ ସହାୟତାରେ ଆୟୋଜନ କରିବେ ଲାଭରହିତ ଇଣ୍ଡୋ-କାନାଡିଆନ୍‌ ଆର୍ଟସ୍‌ କାଉନ୍‌ସିଲ୍‌ (ଆଇସିଏସି)।

‘ଆଇସିଏସି’ର ପ୍ରତିଷ୍ଠାତା ନିର୍ଦେଶକ ଅଜୟ ମୋଦି ଦୀପାପଳି ପାଳନ କରିବା ଅନୁମତି ପାଇ ଖୁସିରେ ଆତ୍ମହରା ହୋଇ କହନ୍ତି: କାନାଡାରେ ଦୀପାବଳି ପାଳନ କରିବାକୁ ଜନପ୍ରିୟ ତଥା ମାର୍କାଦିଆ ଜାଗାଟିଏ ଖୋଜୁଥିଲୁ। ଏଥିପାଇଁ ଆଇସିଏସି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଦୁଇ ବର୍ଷ ହେବ କଥାବର୍ତ୍ତା ଚଳାଇ ଆସୁଥିଲେ।

ଏ ବର୍ଷ ନଭେମ୍ବର ୭ ତାରିଖରେ ଦୀପାବଳି ପଡୁଛି, କିନ୍ତୁ ପାଳନ କରାଯିବ ଅକ୍ଟୋବର ୧୪ ତାରିଖ ଦିନ। ଏହାର କାରଣ ହେଲା ସେତେବେଳକୁ କାନାଡାରେ ଅତ୍ୟନ୍ତ ଥଣ୍ଡା ପଡ଼ି ଯାଇଥିବ।

ଅକ୍ଟୋବର ୧୨ ରୁ ୧୫ ଯାଏଁ ମିସିସାଉଗା ଠାରେ ସିଗ୍ନେଚର୍‌ ଦୀଓ୍ଵାଲି ରାଜଳମତାଜ୍‌ କାର୍ଯ୍ୟକ୍ରମ ପାଳନ ମଧ୍ୟରେ ଏହା ଆୟୋଜନ କରାଯିବ। ଗତ ୫ ବର୍ଷ ହେବ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାର ଲୋକ ଭାଗ ନେଉଛନ୍ତି। ଏଥିରେ ବିଶେଷ ଆକର୍ଷଣ ହେଉଛି ଦିବ୍ୟାଙ୍ଗମାନଙ୍କ ଦ୍ୱାରା ‘ରାମଲୀଳା’ ପ୍ରଦର୍ଶନ।

ଏଥର ସ୍ୱାଧୀନତା ଦିବସ ଅବସରରେ ମୋଦିଙ୍କ ସଂଗଠନ ନାଏଗ୍ରା ପ୍ରପାତକୁ ତ୍ରିରଙ୍ଗ ଆଲୋକରେ ଉଦ୍‌ଭାସିତ କରିଥିଲା। ତାଙ୍କର ଆଶା ଦୀପାବଳି ଉତ୍ସବକୁ ଅନେକ ଲୋକ ଦେଖିବେ। କେବଳ କାନାଡାବାସୀ ନୁହନ୍ତି ସୀମାନ୍ତରେ ଥିବା ଓଣ୍ଟାରିଓ ଏବଂ ନ୍ୟୁୟର୍କବାସୀ ମଧ୍ୟ ଦେଖିପାରିବେ।

ଅପରାହ୍ଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବା ପରେ ସନ୍ଧ୍ୟା ବେଳକୁ ଆତସବାଜି ଫୁଟାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe